22.1 C
Bhubaneswar
Sunday, January 23, 2022
Homeକରୋନାପ୍ରତି ଜିଲ୍ଲାରେ କ୍ରାଇସିସ ମ୍ୟାନେଜମେଣ୍ଟ ପ୍ଲାନ

ପ୍ରତି ଜିଲ୍ଲାରେ କ୍ରାଇସିସ ମ୍ୟାନେଜମେଣ୍ଟ ପ୍ଲାନ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ମାରାତ୍ମକ ରୂପ ନେଉଥିବାରୁ ଏହାକୁ ସୀମିତ ରଖିବା ପାଇଂ ଭାରତ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି । ତେବେ ଆଜି କରୋନା ଅପଡେଟ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓାଲ ଏକ ନୂଆ ସୂଚନା ପ୍ରଦାନ କରିଛନ୍ତି । ହଟ ସ୍ପଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପଜିଟିଭ ବାହାରିଲେ କଣ୍ଟେନମେଣ୍ଟ ଓ ତା ପାଖ ବଫର ଜୋନ ହେବ ବୋଲି ସେ କହିଛନ୍ତି । କଣ୍‌ଚନେମେଣ୍ଟ ଜୋନରେ ଘରକୁ ଘର ସର୍ଭେ କରାଯାଇ ତନଖି କରାଯିବ । ତାଙକ୍ ସୂଚନା ଅନୁସାରେ, ଯଦି ଜଣୋ ବ୍ୟକ୍ତି ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାୁଛି, ତେବେ ତାର ସାମ୍ପଲ ନିଆଯାଇ ଟେଷ୍ଟ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଯେଉଁ ଜିଲ୍ଲାକୁ କରୋନା ବ୍ୟାପିନି ତାକୁ ସଂକ୍ରମିତ ନହେବାକୁ ଉଦ୍ୟମ କରାଯିବ । ସଂପୃକ୍ତ ଜିଲ୍ଲା ଯେମିତି ସଂକ୍ରମିତ ନହେବ, ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି । ପ୍ରତି ଜିଲ୍ଲାକୁ କୋଭିଡ କ୍ରାଇସିସ୍ ମ୍ୟାନେଜମେଣ୍ଟ ପ୍ଲାନ ପାଇଁ କୁହାଯାଇଛି । ଯେଉଁ ଜିଲ୍ଲା ଏପ୍ରିଲ ୨୦ ଭିତରେ ହଟ ସ୍ପଟ ନହେବ, ସେଠାରେ କିଛି କଟକଣା କମିବ । ୨ଟି ସର୍ତରେ ସଂପୃକ୍ତ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ ହେବ ବୋଲି ସେ କହିଛନ୍ତି । ପ୍ରଥମରେ ଲକ ଡାଉନ ପାଳନ କରିବେ । ଦ୍ୱିତୀୟରେ ସାମାଜିକ ଦୂରତ୍ୱ ରଖିବେ । ତେବେ ଲକ ଡାଉନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଗୃହ ମନ୍ତ୍ରାଳୟ ଅଧିକାରୀ । ଲକ୍ ଡାଉନ ଜାରି ରହିବ । ମାତ୍ର କିଛି କ୍ଷେତ୍ରରେ କଟକମା କୋହଳ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking