27.1 C
Bhubaneswar
Thursday, April 25, 2024
Homeଓଡିଶାସୂର୍ଯ୍ୟନଗର କଣ୍ଟେନମେଣ୍ଟ ପୁନର୍ଦ୍ଧିାରଣ ହେଲା

ସୂର୍ଯ୍ୟନଗର କଣ୍ଟେନମେଣ୍ଟ ପୁନର୍ଦ୍ଧିାରଣ ହେଲା

ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏବେ ସରକାରଙ୍କ ଚିନ୍ତା ଦ୍ୱିଗୁଣ ବଢିଛି । କେବଳ ରାଜଧାନୀ ଭୁବନେଶ୍ୱରରୁ ୪୬ କରୋନା ରୋଗୀ ଚିହ୍ନଟ ହେବା ପ୍ରକୃତରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଆଜି ବିଏମସି ସ୍ଥାନୀୟ ସୂର‌୍ୟ୍ୟନଗର ଅଞ୍ଚଳର କଣ୍ଟେନ୍ମେଣ୍ଟ୍ ଜୋନ୍ ସୀମାକୁ ପୁନର୍ବାର ସମ୍ପ୍ରସାରଣ କରିଛି। ସମ୍ପ୍ରସାରିତ ସୀମାରେ ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ହେଉଛି ଏନ୍ସିସି ଅଫିସ୍ରୁ ନ୍ୟାସ୍ନାଲ୍ ପ୍ରଡକ୍ଟିଭ୍ କାଉନ୍ସିଲ୍ ଅଫିସ୍ ସମେତ ମମ୍ତାଜ୍ ଅଲି ଷ୍ଟ୍ରିଟ୍। ନ୍ୟାସ୍ନାଲ୍ ପ୍ରଡକ୍ଟିଭ୍ କାଉନ୍ସିଲ୍ ଅଫିସ୍ରୁ ସୂର‌୍ୟ୍ୟ କମ୍ପ୍ଲେକ୍ସ୍। ସୂର‌୍ୟ୍ୟ କମ୍ପ୍ଲେକ୍ସ୍ରୁ ଏନ୍ସିସି ଅଫିସ୍। ପରିବର୍ଦ୍ଧିତ କଣ୍ଟେନ୍ମେଣ୍ଟ୍ ଜୋନ୍ର ନକ୍ସା ମଧ୍ୟ ପ୍ରକାଶ ପାଇଛି। କିନ୍ତୁ, ସତର୍କତା ମୂଳକ ପଦକ୍ଷେପସ୍ବରୂପ ମୂଳ କଣ୍ଟେନ୍ମେଣ୍ଟ୍ ସୀମା ମଧ୍ୟରେ ଆସନ୍ତା ସାତ ଦିନଯାଏଁ ସକ୍ରିୟ ସର୍ଭିଲେନ୍ସ୍ ଚାଲୁ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମର କମିସନର୍ ଏକ ଆଦେଶନାମାରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking