23.1 C
Bhubaneswar
Tuesday, March 19, 2024
Homeଓଡିଶାବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର : ରାଜ୍ୟରେ କରୋନାକୁ ରୋକିବା ପାଇଁ ଜାରି ହୋଇଛି ଲକଡାଉନ । ସେପଟେ ଆସନ୍ତା ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ନେଇ ଦ୍ୱନ୍ଦ ଲାଗିରହିଥିଲା । ତେବେ ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ବିନା ଭକ୍ତରେ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହେବ । ନିର୍ଦ୍ଧେଶ ଅନୁଯାୟୀ କେବଳ ୧୫ ଜଣ ସେବାୟତଙ୍କୁ ଏହି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦିଆଯିବ ଏବଂ ସେବାୟତଙ୍କ ତାଲିକା ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଏମସିକୁ ଦିଆଯିବ, ଏବଂ ସେବାୟତଙ୍କର ୪୮ ଘଣ୍ଟା ଭିତରର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଯାତ୍ରା ପାଇଁ ବ୍ୟବହାର ହେବାକୁ ଥିବା ଡଙ୍ଗାକୁ ସାନିଟାଇଜ ମଧ୍ୟ କରାଯିବ ।

ଏହା ଛଡା ପର୍ବ ସମୟରେ ସମସ୍ତ ସେବାୟତଙ୍କୁ ସର୍ବଦା ଉପଯୁକ୍ତ ଭାବରେ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ସମସ୍ତ ସେବାୟତଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷାକରିବାକୁ କୁହାଯାଇଛି । ସେବାୟତଙ୍କୁ ପାନ, ଗୁଟଖା ଖାଇବାକୁ ମଧ୍ୟ ବାରଣ କରିଛି ବିଏମସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking