36.1 C
Bhubaneswar
Thursday, May 2, 2024
Homeକରୋନାତାମିଲନାଡୁରେ ୧୯ ଜୁଲାଇ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ

ତାମିଲନାଡୁରେ ୧୯ ଜୁଲାଇ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ

ଚେନ୍ନାଇ: ତାମିଲନାଡୁରେ କରୋନାଜନିତ ମାମଲା କମ ହେବା ପରେ ବି ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଭାବରେ ଢିଲା କରିବା ଭଳି ମନେ ହେଉନି । ଏମକେ ଷ୍ଟାଲିନ ସରକାର ପ୍ରଦେଶରେ ଲକଡାଉନକୁ ୧୯ ଜୁଲାଇ ଯାଏ ବୃଦ୍ଧି କରିଛନ୍ତି । ହେଲେ କିଛି କୋହଳ ମଧ୍ୟ କରିଛନ୍ତି । ହୋଟେଲ, ଚା ଦୋକାନ, ବେକରୀ, ରାସ୍ତା କଡରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ଯାଏଁ ଖୋଲା ରହିପାରିବ । ସେହିଭଳି ସ୍କୁଲ, କଲେଜ, ଥିଏଟର, ବାର୍‌, ସ୍ୱିମିଂ ପୁଲ, ଚିଡିଆଖାନା ବନ୍ଦ ରହିବ ।
ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଅଛି । ପୁଡୁଚେରୀ ପାଇଁ ବସ ଚଳାଚଳ ଜାରି ରହିବ । ପୁଡୁଚେରୀ ବ୍ୟତୀତ ଅନ୍ୟ ପଡøାଶୀ ରାଜ୍ୟ ପାଇଁ ବସ ସେବା ଅନୁମତି ନାହିଁ । ବିବାହରେ କେବଳ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣଙ୍କୁ ସାମିଲ ହେବା ନେଇ ଅନୁମତି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking