33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶ୧୦୦ରୁ ଅଧିକ ପରମାଣୁ ମିସାଇଲ ସାଇଲୋ ବନଉଛି ଚୀନ

୧୦୦ରୁ ଅଧିକ ପରମାଣୁ ମିସାଇଲ ସାଇଲୋ ବନଉଛି ଚୀନ

ନୂଆଦିଲ୍ଲୀ: ଚୀନ ଉତ୍ତରପଶ୍ଚିମ ଅଂଚଳ ମରୁଭୂମିରେ ୧୧୯ ନୂଆ ମିସାଇଲ ସାଇଲୋ ନିର୍ମାଣ କରୁଛି । ଚୀନର ଏହି ଚାଲାକି ସାଟେଲାଇଟ ଚିତ୍ରରୁ ଜଣାପଡିଛି । ସାଟେଲାଇଟରୁ ମିଳିଥିବା ଛବିରେ ସ୍ପଷ୍ଟ ଭାବରେ ବହୁତ ସାରା ମାଇଲୋ ଦେଖାଯାଉଛି । ସାଇଲ ଏକ ଲମ୍ବା, ଗଭୀର ଓ ସିଲିଣ୍ଡର ପରି ହୋଇଥାଏ । ଯାହା ଭିତରେ ଅର୍ନ୍ତମହାଦ୍ୱୀପିୟ ପରମାଣୁ  ବାଲିଷ୍ଟିକ ମିସାଇଲକୁ ରଖାଯାଏ । ଦରକାର ପଡିଲେ, ଏହି ସାଇଲୋ ଢାଙ୍କୁଣୀ କାଢି ସେଠାରୁ ହିଁ ମିସାଇଲ ଲଂଚ କରାଯାଇପାରିବ । ଚୀନର ପରମାଣଉ ହତିଆର କାର୍ଯ୍ୟକ୍ରମରେ ଏହା ସବୁଠୁ ବଡ ଐତିହାସିକ ପଦକ୍ଷେପ କୁହାଯାଉଛି । ବ୍ୟବସାୟିକ ସାଟେଲାଇଟରୁ ନିଆଯାଇଥିବା ଛବି ଆଧାରରେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି, ଚୀନ ନିଜ ଦେଶ ଭିତରେ ୧୧୯ ଅର୍ନ୍ତମହାଦ୍ୱିପୀୟ ପରମାଣଉ ବାଲିଷ୍ଟିକ ମିସାଇଲ ସାଇଲୋ ବନାଉଛି । ଏହି ମିସାଇଲ ଆମେରିକା ପର୍ଯ୍ୟନ୍ତ ପହଂଚିବାର କ୍ଷମତା ରଖିଛି । ହେଲେ କାହାକୁ ଜଣାନାହିଁ ଯେ, ଏହି ସାଇଲୋରେ ମିସାଇଲ ଅଛି କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking