ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍ଡାଉନ୍ ଅବଧୀ ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦେଶର ଅର୍ଥନୈତିକ କାର୍ଯ୍ୟକ୍ରମକୂ ଆଖିରେ ରଖି ଏହି ଲକ୍ଡାଉନ୍ ସମୟରେ କ’ଣ କରାଯାଇ ପାରିବ ଓ କ’ଣ କରାଯାଇ ପାରିବ ନାହିଁ ତା’ର ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରି ପାସ୍ କରିବାକୁ ଜାତୀୟ କାର୍ଯ୍ୟକାରୀ କମିଟି (ଏନ୍ଇସି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ଅନେକ କିଛି କୋହଳ ନୀତି ଅବଲମ୍ବନ କରାଯିବ ବୋଲି ଆକଳନ କରାଯାଉଛି । ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ’ ୧୭ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଆସନ୍ତା କାଳିଠାରୁ ପୁଣି ମେ’ ୩୧ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ ସମୟକୁ ବଢ଼ାଯାଇଛି ।
https://onakhabar.com/2020/05/17/lock-down-extended-31st-may/