ରାଜ୍ୟ ଉପରେ କଟକଣା ଲଗାଇବା ଦାୟିତ୍ୱ ଛାଡ଼ିଲା କେନ୍ଦ୍ର, ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର : କେନ୍ଦ୍ର ସରକାର ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ସମୟ ବଢ଼ାଇବା ପରେ କେନ୍ଦ୍ର ସରକାର ସେହି ସମୟ ଭିତରେ କ’ଣ କରାଯାଇପାରିବ ଓ କ’ଣ କରାଯାଇ ନପାରିବ ସେ ନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏଥିରେ ସମସ୍ତ ପ୍ରକାର ଘରୋଇ ଓ ଆନ୍ତର୍ଜତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ରହିବ । ମେଟ୍ରୋ ଟ୍ରେନ୍ ଚଳାଚଳ ଉପରେ କଟକଣା ଅବ୍ୟାହତ ରହିବ ।
ସ୍କୁଲ୍‌, କଳେଜ, ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂ ସେଣ୍ଟର ବନ୍ଦ ରହିବ । କେବଳ ହୋଟେଲ୍‌, ରେଷ୍ଟୁରାଣ୍ଟଓ ଅନ୍ୟାନ୍ୟ ଏହି ଶ୍ରେଣୀର ସେବା ବନ୍ଦ ରହିବ । ରେଷ୍ଟୁରାଣ୍ଟକେବଳ ହୋମ୍ ଡେଲିଭରି କରିପାରିବେ ।
ସମସ୍ତ ପ୍ରକାର ସାମଜିକ, ରାଜନୈତିକ , କ୍ରୀଡ଼ା, ଆମୋଦ ପ୍ରମୋଦ, ସାସ୍କୃତିକ ଓ ଧାର୍ମିକ ଉତ୍ସାହ ଓ ସମ୍ମୀଳିତ ହେବାର କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।
କଟକଣା ଭିତରେ ଏହି କାର୍ଯ୍ୟ ହୋଇପାରିବ ସଂକ୍ରମିତ ଅଞ୍ଚଳକୁ ଛାଡ଼ି
ଆନ୍ତଃରାଜ୍ୟ ଯାତ୍ରୀ ପରିବହନ, ବସ୍ ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ଭିତରେ ଚାଲିପାରିବ । ଯାତ୍ରୀ ପରିବହନ ବେଳେ ଏସ୍‌ଓପି ନିୟମକୁ ମାନିବାକୁ ହେବ ।
ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍‌କୁ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ।
କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ।
ରାତ୍ରୀକାଳିନ କର୍ଫ୍ୟୁ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସଂପୃକ୍ତ ରାଜ୍ୟର ସ୍ଥାନୀୟ ଅଧିକାରୀ କର୍ଫ୍ୟୁ ନେଇ ନିଷେଦ୍ଧାଦେଶ ଜାରି କରିବେ । କେବଳ ଜରୁରୀ ସେବା ଅବ୍ୟାହତ ରହିବ ।
୬୫ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ କୌଣସି ପରିସ୍ଥିତିରେ ବାହାରିପାରିବେ ନାହିଁ ।
ଏହାଛଡ଼ା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ।
ସବୁର୍କମଚାରୀ ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ । ଜିଲ୍ଲା ପ୍ରଶାସନକୁ ମଧ୍ୟ ଏ ନେଇ ଲୋକମାନଙ୍କୁ ସଚେତନା କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଏସବୁ ଉଲ୍ଲଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସାଧାରଣ ସ୍ଥାନରେ ଓ କାର୍ଯ୍ୟକ୍ଷେତ୍ରରେ ମୁହଁ ଢ଼ାଙ୍କିବା ବାଧ୍ୟତାମୂଳକ ।
ସାଧାରଣ ସ୍ଥାନରେ ଓ ଅଫିସ୍‌ରେ ଛେପ ପକାଇଲେ ଦଣ୍ଡିତ ହେବେ ।
ସାଧାରଣ ସ୍ଥାନ ଓ ଯାତ୍ରୀ ପରିବହନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବାଧ୍ୟ ।
ବିବାହ କାର୍ଯ୍ୟରେ ୫୦ରୁ ଅଧିକ ସମାବେଶ ହୋଇପାରବେ ନାହିଁ ଓ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ ।
ସେହିପରି ମୃତ୍ୟୁ ଘଟଣାରେ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ରୁ ଅଧିକ ସମବେତ ହୋଇପାରିବେ ନାହିଁ ।
ଜନ ସାଧାରଣଙ୍କ ଯାତ୍ରା ସ୍ଥାନରେ କେହି ମଦ, ପାନ, ଗୁଟଖା ଓ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟବହାର କରିପାରିବେ ନାହିଁ ।
ଦୋକାନ ମାନଙ୍କରେ ୬ଫୁଟ୍ ଦୂରତାରେ ଜଣେ ରହିବେ । ୫ଜଣରୁ ଅଧିକ ଦୋକାନରେ ରହିପାରିବେ ନାହିଁ ।
କେନ୍ଦ୍ର , ରାଜ୍ୟ କିମ୍ବା କାର୍ଯ୍ୟରତ କୌଣସି ଅଧିକାରୀଙ୍କୁ କେହି ଅଟକାଇଲେ ଦଣ୍ଡିତ ହେବେ ।
ରେଡ୍ , ଅରେଞ୍ଜ ଓ ବଫର ଜୋନ୍‌ରେ କ’ଣ କରାଯିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ଭିତ୍ତି କରି ରାଜ୍ୟ ସରକାର ନିଷ୍ପତି ନେବାକୁ କ୍ଷମତା ଦିଆଯାଇଛି ।
https://onakhabar.com/2020/05/17/lock-down-extended-may-31st/