20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦିଲ୍ଲୀ-ମୁମ୍ବାଇରେ ରହିବା ହେଲା ମହଙ୍ଗା

ଦିଲ୍ଲୀ-ମୁମ୍ବାଇରେ ରହିବା ହେଲା ମହଙ୍ଗା

ନୂଆଦିଲ୍ଲୀ : କରୋନା ଓ ଲକଡାଉନ୍ ପରେ ଦେଶର ଅନେକ ସହରରେ ଜୋରଦାର ଭାବରେ ବଢୁଛି ଘରଭଡା। ଦେଶର ସାତୋଟି ପ୍ରମୁଖ ସହରର ଦାମୀ ଆବାସିକ ଅଞ୍ଚଳରେ ଗତ ଦୁଇ ବର୍ଷରେ ହାରାହାରି ୮ ରୁ ୧୮ ପ୍ରତିଶତ ମାସିକ ଘରଭଡା ମାସିକ ବଢି ଯାଇଛି। ରିୟଲ ଇଷ୍ଟେଟ୍ ପରାମର୍ଶଦାତା ‘ଏନରକ୍’ ଏହି ସୂଚନା ଦେଇଛି। ସେଭଳି କ୍ୟାପିଟାଲ ଭ୍ୟାଲୁରେ ୨-୯ ପ୍ରତିଶତ ବୃଦ୍ଧି ହେଇଛି। ରିୟଲ ଇଷ୍ଟେଟ୍ କନସଲଣ୍ଟାଣ୍ଟ ଏନରକ୍ କହିଛି, ଦିଲ୍ଲୀ-ଏନସିଆର ମମ୍ବାଇ ମେଟ୍ରୋ ପଲିଟାନ୍ ରିଜନ୍(ଏମଏମଆର), ଚେନ୍ନାଇ, କୋଲକାତା, ବେଙ୍ଗାଲୁର, ହାଇଦ୍ରାବାଦ ଓ ପୁନେ ଭଳି ୭ଟି ସହରରେ ପ୍ରପଟି କିଣିବା ଓ ଭଡାରେ ନେବା ଦାମ୍ ବଢି ଯାଇଛି। ‘ଏନରକ’ ର ଡାଟା ଅନୁସରେ, ମୁମ୍ବାଇ ଓ୍ବର୍ଲି ଅଞ୍ଚଳରେ ଅତି କମରେ ୨୦୦୦ ବର୍ଗଫୁଟର ଘରର ମାସିକ ଭଡା ୨୦୨୦ ରେ ଦୁଇ ଲକ୍ଷ ଟଙ୍କା ଥିଲା, ଯାହାକି ଏବେ ୧୮ ପ୍ରତିଶତ ବଢି ୨.୩୫ ଲକ୍ଷ ଟଙ୍କା ପ୍ରତି ମାସ ହୋଇଯାଇଛି। ବେଙ୍ଗାଲୁରର ରାଜାଜୀ ନଗରରେ ସର୍ବାଧିକ ୯ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ ରେ ପ୍ରତି ବର୍ଗଫୁଟର ମୂଲ୍ୟ ୫,୬୯୮ ହୋଇଥିବା ବେଳେ ୨୦୨୨ ରେ ବଢି ୬,୨୦୦ ପ୍ରତି ବର୍ଗଫୁଟ୍ ହୋଇଛି। ଏନରକର ଅଧ୍ୟକ୍ଷ ଅନୁଜ ପୁରୀ କହିଛନ୍ତି, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବାସିକ ବଜାରରେ ଭଡାରେ ଗତ ବର୍ଷ ଦୁଇ ଅଙ୍କ ବୃଦ୍ଧି ହୋଇଛି। ସେ କହିଛନ୍ତି ମହାମାରୀର ଦ୍ବିତୀୟ ଲହରୀ ପରେ ଅଧିକ ବଢିଯାଇଛି ଘର ଭଡା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking