28.1 C
Bhubaneswar
Thursday, May 2, 2024
Homeଅପରାଧପ୍ରେମିକାକୁ ବ୍ଲାକମେଲିଂ କରି ପ୍ରତାରକ ପ୍ରେମିକ ଗିରଫ

ପ୍ରେମିକାକୁ ବ୍ଲାକମେଲିଂ କରି ପ୍ରତାରକ ପ୍ରେମିକ ଗିରଫ

ଚନ୍ଦ୍ରଶେଖରପୁର: କଲେଜ ସମୟରେ ଆରମ୍ଭ ହୋଇଥିଲା ବନ୍ଧୁତା, ଆଉ ତା ପରେ ପ୍ରେମ । ପ୍ରେମିକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ରଖିଥିଲେ ଶାରୀରିକ ସମ୍ପର୍କ । ମାତ୍ର ଯୁବତୀଙ୍କ ବିବାହର ସ୍ୱପ୍ନ ସାକାର ହେବା ପୂର୍ବରୁ ପ୍ରେମିକର ଅସଲ ରୂପ ଜଣା ପଡ଼ିଗଲା । ଶେଷରେ ଯୁବତୀ ଜଣଙ୍କ କିଛି ଉପାୟ ନପାଇ ଇନଫୋସିଟି ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଆଜି ପ୍ରତାରକ ପ୍ରେମିକକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ସେ ହେଲେ ଦୁଷ୍ମନ୍ତ ସାମନ୍ତରାୟ(୨୫) । ଘର ପୁରୀ ଜିଲ୍ଲା ଚନ୍ଦନପୁର ଅପିଲା ଗାଁରେ । ସେ ଏଠାରେ ଶୈଳଶ୍ରୀ ବିହାରରେ ରହି ଏକ ହୋଟେଲରେ କାମ କରୁଥିଲେ ।

ପୁଲିସ ସୂଚନା ଅନୁଯାୟୀ ଦୁଷ୍ମନ୍ତ ଯୁକ୍ତ ଦୁଇ ପଢୁଥିବା ସମୟରେ ସୋନାଲି(ଛଦ୍ମନାମ)ଙ୍କ ସହ ପରିଚୟ ହୋଇଥିଲା । କିଛି ଦିନର ମିଳାମିଶା ପରେ ଦୁହେଁ ଦୁହିଁକୁ ପ୍ରେମ କରି ବସିଲେ । ଏମିତି କିଛି ଦିନ ଚାଲିଲା ପରେ ଇନଫୋସିଟି ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁଷ୍ମନ୍ତ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସର୍ମ୍ପକ ରଖିଥିଲା । ଆଉ ଯୁବତୀଙ୍କ ଅଜାଣତରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସୁଟ କରିଥିଲା । କିଛି ଦିନ ପରେ ଏହି ପ୍ରତାରକ ପ୍ରେମିକର ଅସଲ ରୂପ ସାମନାକୁ ଆସିଲା । ଉକ୍ତ ଭିଡ଼ିଓକୁ ଭାଇରାଲ କରି ଦେବା ଧମକ ଦେଇ ଦୁଷ୍ମନ୍ତ ତାଙ୍କଠାରୁ ଟଙ୍କା ଆଦାୟ କରୁଥିଲା । ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀ ଜଣଙ୍କ କିଛି ଉପାୟ ନପାଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରିବା ସହିତ ଆଜି ଶୈଳଶ୍ରୀ ବିହାରରୁ ଦୁଷ୍ମନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking