26.1 C
Bhubaneswar
Thursday, February 13, 2025
Homeଦେଶ ବିଦେଶଲସ ଆଞ୍ଜେଲ୍ସ ନିଆଁ : ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଲସ ଆଞ୍ଜେଲ୍ସ ନିଆଁ : ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ନୂଆଦିଲ୍ଲୀ : ଆମେରିକା ଲସ ଆଞ୍ଜେଲସରେ ଗତ ୬ ଦିନ ଧରି ଲାଗି ରହିଥିବା  ଭୟାବହ ଅଗ୍ନିକାଣ୍ଡ  ଯୋଗୁଁ ପ୍ରଳୟଙ୍କାରୀ ସ୍ଥିତି ଉପୁଜିଛି । ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସମ୍ଭ୍ରାନ୍ତ ଅଞ୍ଚଳକୁ ପୋଡି ପାଉଁଶ କରିଦେଇଛି । ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି  ଲସଆଞ୍ଜେଲସ କର୍ତ୍ତୁପକ୍ଷ ଚେତାବନୀ ଦେଇଛନ୍ତି । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ନିଆଁରେ  ୨୪ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୧୨ ହଜାରରୁ ଅଧିକ ସମ୍ପୁର୍ଣ ଘର ଜଳିଯାଇଛି । ତେବେ ଇଟନ ଓ ପାଲିସ ଆଡିସନ ଅଗ୍ନିକାଣ୍ଡ ସମେତ ୨୦ଟି ସ୍ଥାନରେ ଅଗ୍ନି ବ୍ୟାପିବାରେ ଲାଗିଛି । ବ୍ୟାପକ   ଅଞ୍ଚ ଳରୁ ଲୋକଙ୍କୁ  ସ୍ଥାନାନ୍ତର ମଧ୍ୟ କରାଯାଇଛି । ସ୍ଥିତିକୁ ଆଖି ଆଗରେ ରଖି ସେଠାରୁ ଲେକଙ୍କୁ କେମିତି ସ୍ଥାନାନ୍ତର କରି ହେବ  ତା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ଏବେ ସୁଦ୍ଧା ନିଆଁରେ ୪ ଜଣ ନିଆଁରେ ପ୍ରାଣ ହରାଇସାରିଲେଣି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା  ରାଷ୍ଟ୍ରପତି  ଜୋ ବାଇଡେନ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃସ୍ୟ ବୋଲି ବଣ୍ଣନା କରିଛନ୍ତି । କାନାଡା ଏବଂ ମେକ୍ସିକୋ ମଧ୍ୟ  ରିଲିଫ ପ୍ରୟାସରେ ସହେଯାଗ  କରିବା ଆରମ୍ଭ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ  ଅଗ୍ନିକାଣ୍ଡ  ପେଲିସାଡେସର  ଆଉ ୧୦୦୦ ଏକର ଜମିକୁ  ବ୍ୟାପିଯାଇଛି । ଉଦ୍ଧାର କାଯ୍ୟ  ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ  ହେବାରେ ଲାଗିଛି । ଖରାପ ଯୋଗୁଁ  ନିଆଁ ଆହୁରି ବଢିପାରେ ବେଲି  ଜାତୀୟ ପାଣିପାଗ ବିଭାଗ ସତର୍କ  କରାଇଦେଇଛି ।  ସାନ୍ତା ଆନା ପର୍ୱତରୁ  ପବନ ଲସ ଆଞ୍ଜେଲସ ଏବଂ  ୱେଟୁରା  କାଉଣ୍ଡିରେ ତୀବ୍ର ହେଉଛି । ନିଆଁ ଘଣ୍ଟା ପ୍ରତି  ୧୨୦ କିଲୋମିଟର  ବେଗରେ ଗତି କରିବ ବୋଲି ଆକଳନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking