28.1 C
Bhubaneswar
Saturday, July 27, 2024
Homeଓଡିଶାମଦ ବ୍ୟବସାୟ ହିଁ ବିଜେଡି ଟଙ୍କାର ଉତ୍ସ : ଲେଖାଶ୍ରୀ ସାମନ୍ତାସିଂହାର

ମଦ ବ୍ୟବସାୟ ହିଁ ବିଜେଡି ଟଙ୍କାର ଉତ୍ସ : ଲେଖାଶ୍ରୀ ସାମନ୍ତାସିଂହାର

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରୁ ଆଇଟି ରେଡ୍ ପ୍ରସଙ୍ଗର ବିଜେପିର ପ୍ରତିକ୍ରିୟା । ପ୍ରସମିଟରେ ବିଜେବି ନେତ୍ରୀ ଲେଖାଶ୍ରୀ ସାମନ୍ତାସିଂହାରଙ୍କ ପ୍ରତିକ୍ରିୟା । ଘଟଣାରେ ବିଜେଡି ନେତା ଓ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯେଗ ଆଣିଲେ । ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତଙ୍କ ନାଁ ନେଲେ । ବିଧାୟକ ଯୋଗେଶ ସିଂ ମଧ୍ୟ ସଂପୃକ୍ତି ଥିବା ଲେଖାଶ୍ରୀଙ୍କ ଅଭିଯୋଗ । ଝାଡଖଣ୍ଡର କଂଗ୍ରେସ ସାଂସଦ କେବଳ କଂପାନୀର ମାଲିକ । ଓଡିଶାରେ ବିଜେଡି ସରକାର ଏହା ପରିଚାଳନା କରୁଥିଲେ । ମେଳିରେ ବେଆଇନ କାରବାର ଚାଲିଥିଲା । କଂପାନୀ ଏତେ ଟଙ୍କା ଠୁଳ କରିଥିବା ସରକର କିପରି ଜାଣି ପାରିଲେନି । ଭିଜିଲାନ୍ସ,କ୍ରାଇମବ୍ରାଞ୍ଚ, ଅବକାରୀ, ଇଓଡବ୍ଲ୍ୟୁ କରୁଥିଲେ କଣ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ବେଳେ ବିଜେଡିର ଟଙ୍କାର ସୋର୍ସ । ଏମାନେ ପୂରା ମଦ ବ୍ୟବସାୟୀଙ୍କୁ ଓଡିଶାରେ ମ୍ୟାନେଜ କରୁଥିଲେ । ଯଦି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ, ନିଜ ନେତା ଓ ମନ୍ତ୍ରୀଙ୍କ କଣ ସଂପୃକ୍ତି ସ୍ପଷ୍ଟ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking