29.1 C
Bhubaneswar
Tuesday, May 19, 2026
Homeଓଡିଶାକୃଷକ ଉନ୍ନତି ପାଇଁ କ୍ରେତା ଓ ବିକ୍ରେତା କର୍ମଶାଳା ଅନୁଷ୍ଠିତ

କୃଷକ ଉନ୍ନତି ପାଇଁ କ୍ରେତା ଓ ବିକ୍ରେତା କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ : ଉନ୍ନତ କୃଷି କାର୍ଯ୍ୟ ପାଇଁ ଜିଲ୍ଲାର ୧୨ଜଣ ଚାଷୀ ପୁରସ୍କୃତ । କୃଷକ ଓ କୃଷି କ୍ଷେତ୍ରର ଉନ୍ନତି ସାଧନ କରିବା ଲକ୍ଷ୍ୟରେ ସ୍ଥାନୀୟ ଶହୀଦ ସ୍ମୃତିଭବନ ଠାରେ କ୍ରେତା ଓ ବିକ୍ରେତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏଏଫସି ଇଣ୍ଡିଆ ଲିମିଟେଡ଼ ପକ୍ଷରୁ କର୍ମଶାଳାର ଆୟୋଜନ କରାଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସଙ୍କ ପୌରହିତରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୃହତ ଉଠା ଜଳସେଚନ ପ୍ରକଳ୍ପ ରାଜ୍ୟ ମୁଖ୍ୟ ଡ଼ଃ ରବୀନ୍ଦ୍ର କୁମାର ପାଇକରାୟ, ମୁଖ୍ୟ ବକ୍ତା ଭାବେ ଓୟୁଏଟି ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ଼ଃ ସନତ ମିଶ୍ର, ଏଏଫସି ରାଜ୍ୟ ମୁଖ୍ୟ ବିଭୁଦତ୍ତ ପାଇକରାୟ, କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର-୧ର ମୁଖ୍ୟ ବୈଜ୍ଞାନିକ ଡ଼ଃ ସଂଘମିତ୍ରା ପଟ୍ଟନାୟକ, କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର-୨ର ମୁଖ୍ୟ ବୈଜ୍ଞାନିକ ଡ଼ଃ ଦୀପକ କୁମାର ମହାନ୍ତି, ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ରୀଙ୍କୁ ପୁରୁସେଠ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଲସ ହେମ୍ବ୍ରମ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ରମୟ ରଞ୍ଜନ ମହାନ୍ତ ଓ ଅର୍ଚ୍ଚନା ବଳା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଚାଷୀ ଓ କ୍ରେତା ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରି ଚାଷ ଉତ୍ପାଦନ ଉଚିତ ବିକ୍ରି ବ୍ୟବସ୍ଥା କରିବା। ଯାହା ଫଳରେ ଚାଷୀ ଅଧିକ ଭାବେ ଲାଭବାନ ହୋଇପାରିବ, ସେନେଇ କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ରହିଛି। କର୍ମଶାଳାରେ ଜିଲ୍ଲାର ୨୬ଟି ବ୍ଲକରୁ ୨୫୦ରୁ ଚାଷୀ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଚାଷୀଙ୍କ ଉଦ୍ଧେଶ୍ୟରେ ମିଲେଟ, ଇଫକୋ, ଲିମନ ଗ୍ରାସ ଓ ମୃତ୍ତିକା ବିହୀନ ଚାଷ ପକ୍ଷରୁ ଷ୍ଟଲ ଖୋଲା ଯାଇଥିଲା।

ଯାହାକି ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ସହାୟତା ଯୋଗାଇବାକୁ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ଉନ୍ନତ ଚାଷ କାର୍ଯ୍ୟ ପାଇଁ ଜିଲ୍ଲା ୬ଟି ବ୍ଲକର ୧୨ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ବାଙ୍ଗିରିପୋଷିରୁ କମଲଚନ୍ଦ୍ର ମହାନ୍ତ ବଳରାମ ଗିରି, ସୁଶାନ୍ତ କୁମାର ଗିରି ଓ ପର୍ଶୁ କୁମାର ଗିରି, ବଡ଼ସାହି ଓ ଗୋପବନ୍ଧୁ ନଗର ବ୍ଲକରୁ ସରୋଜ କୁମାର ପ୍ରଧାନ ଓ ରିତାଶ୍ରୀ ରାଉତ, ଜାମଦା ବ୍ଲକରୁ ଲାଲମୋହନ ନାଏକ ଓ ସାବିତ୍ରୀ ଗିରି, ସୁକୃଲି ବ୍ଲକରୁ ସୁଶାନ୍ତ କୁମାର ମହାନ୍ତ ଓ ପ୍ରହ୍ଲାଦ ନାଏକ ଏବଂ କପ୍ତିପଦା ବ୍ଲକର ମୋହନ ଦାସ ଓ ଦୁର୍ଜନ ସିଂ। ଚାଷୀଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍କିମ ସହକାରୀ ମାନସ ମହାନ୍ତି, ଡିଏଲଏମ ଦୀପକ କୁମାର ସି ଓ ଏମଏସଏ ରଜତ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking