ଜାଣନ୍ତିକି ପତ୍ନୀଙ୍କ କେଉଁ କାର୍ଯ୍ୟ ପତିଙ୍କୁ କରିଥାଏ ଭାଗ୍ୟବାନ. . .

ଭୁବନେଶ୍ୱର : ହିନ୍ଦୁ ଶାସ୍ତ୍ର ଅନୁସାରେ ପତ୍ନୀଙ୍କୁ ପତିଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ପତ୍ନୀଙ୍କ ଭାଗ୍ୟ ସହ ପତିଙ୍କ ଭାଗ୍ୟ ଜଡ଼ିତ। ବିବାହ ପରେ ବ୍ୟକ୍ତିଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ ବୋଲି ମଧ୍ୟ କୁହାଯାଏ। ପତ୍ନୀଙ୍କ ବହୁ କାର୍ଯ୍ୟ ପତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ ବୋଲି ମଧ୍ୟ ମାନ୍ୟତା ରହିଛି। ବହୁ ସମୟରେ ଏପରି ଦେଖାଯାଏ, ବ୍ୟକ୍ତିଙ୍କୁ ତାଙ୍କ ଭାଗ୍ୟ ସଠିକ ଭାବେ ଶୁଭଫଳ ପ୍ରଦାନ କରିପାରି ନଥାଏ। ଏପରି ସମସ୍ୟା ଲାଗି ରହିଥିଲେ, ଶାସ୍ତ୍ରରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଯାହାକୁ ପତ୍ନୀ ନିଜ ପତିଙ୍କ ପାଇଁ ଆପଣାଇବା ଦ୍ୱାରା ଭାଗ୍ୟରେ ଉତ୍ତମ ପରିବର୍ତ୍ତନ ଆସିଥାଏ। ପରିବାରରେ ହସଖୁସି ଓ ସୁଖଶାନ୍ତିର ବାତାବରଣ ମଧ୍ୟ ଭରି ଯାଇଥାଏ। ଜାଣନ୍ତୁ ଏସବୁ କଣ …….

  • ଶାସ୍ତ୍ରରେ ମହିଳାଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଇଛି। ଯେଉଁ ମହିଳାମାନେ ପ୍ରତିଦିନ ପୂଜାପାଠ କରନ୍ତି, ଏହାର ଶୁଭଫଳ ତାଙ୍କ ସ୍ୱାମୀଙ୍କୁ ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ଥିବା ବାଧା ମଧ୍ୟ ଦୂର ହୋଇଥାଏ।
  • ସକାଳେ ମହିଳା ପ୍ରଥମେ ସ୍ନାନ କରିବା ଉଚିତ। ସ୍ନାନ ପରେ ମା’ବୃନ୍ଦାବତୀଙ୍କୁ ଏକ ଲୋଟା ଜଳ ଅର୍ପଣ କରିବା ସହ ସମସ୍ତ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରିବା ଉଚିତ।
  •  ତମ୍ବାର ଲୋଟାରେ ଜଳ ଭର୍ତ୍ତି କରି ଏହାକୁ ଘରର ସମସ୍ତ କକ୍ଷରେ ସିଞ୍ଚନ କରିବା ଉଚିତ। ଏପରି କରିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।ଏପରି ପ୍ରତିଦିନ କରିବା ଦ୍ୱାରା ଗୃହରେ ସୁଖଶାନ୍ତିର ଓ ସମୃଦ୍ଧି ବୃଦ୍ଧି ପାଇଥାଏ।
  • ଶାସ୍ତ୍ର ରେ ଏହା ବି ଉଲ୍ଲେଖ ରହିଛି ଯେ ନାରୀ ହେଉଛି ଘରର ଲକ୍ଷ୍ମୀ ,ସେ ଶାନ୍ତ ରହିଲେ ବା ଖୁସି ହେଲେ ଲକ୍ଷ୍ମୀ ମଧ୍ୟ ସେହି ଘରେ କୃପା ଦୃଷ୍ଟି ରଖିଥାନ୍ତି। ପତ୍ନୀ ଧାର୍ମିକ ଚିନ୍ତା କଲେ ଏହାର ଶୁଭ ଫଳ ଜଲଦି ଫଳ ପ୍ରଦ ହୁଏ ।
  • ପତ୍ନୀ ଙ୍କର ଭଲ ଆଚରଣ ହିଁ ୭ ପୁରୁଷ ବା ପିଢ଼ି ଯାଏ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।