32.1 C
Bhubaneswar
Sunday, April 28, 2024
Homeଓଡିଶାଚାଲ ବୁଲିଯିବା ଦୁଇ ପାହାଡ ମଝିର ଡ୍ୟାମ୍, ହଦଗଡ

ଚାଲ ବୁଲିଯିବା ଦୁଇ ପାହାଡ ମଝିର ଡ୍ୟାମ୍, ହଦଗଡ

କେଦୁଝର: ବୁଲିବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ଏମିତି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି, ଯେଉଁଠାକୁ ସେମାନେ ବୁଲି ଯାଇ ପାରିବେ । ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ହଦଗଡ଼ ଡ୍ୟାମକୁ କେବେ ବୁଲିବାକୁ ଯାଇଛନ୍ତି କି?ଯଦି ଯାଇ ନାହାଁନ୍ତି , ତେବେ ଥରେ ଯାଇ ବୁଲି ଆସନ୍ତୁ । କାହିଁକି ନାଁ , ସେଠାକୁ ଥରେ ଗଲେ ଏତେ ଶୀଘ୍ର ଫେରିବାକୁ ଇଛା ହୁଏନି । ସେଠାକାର ପ୍ରାକୃତିକ ପରିବେଶରେ ସତେ ଯେପରି ଆପଣ ନିଜକୁ ହଜାଇ ଦେବେ ।

କେଦୁଝର ଜିଲ୍ଲାରେ ଅବସ୍ଥିତ ହଦଗଡ ଡ୍ୟାମ୍ । ଡ୍ୟାମ ଏବଂ ଏହାର ଚର୍ତୁପାଶ୍ବ ଦେଖିବାକୁ ବେଶ ମନରୋମ । ଦୁଇଟି ପାହାଡ ମଝିରେ ୧୯୭୮ରେ  ନିର୍ମାଣ କରାଯାଇଥିଲା ଏହି ଡ୍ୟାମ୍ । ଏହାର ଚାରି ପାଖରେ ପାହାଡ, ସବୁଜ ଗଛଲତାରେ ପରିପୂର୍ଣ୍ଣ  । ଆଉ ଏହାରି ମଝିରେ ବହି ଯାଉଛି ଶାଳନ୍ଦୀ ନଦୀ । ଏହାର କୁଳୁକୁଳୁ ନାଦ ଏବଂ ବହୁଥିବା ସୁଲୁସୁଲିଆ ପବନ,  ଅଶାନ୍ତ ମନକୁ ସତେ ଯେପରି ଶାନ୍ତ କରିଦିଏ । ମନପ୍ରାଣରେ ଅପୂର୍ବ ଆନନ୍ଦ ଭରି ଦିଏ । ଏଠାକୁ ବୁଲିଯିବା ସହିତ ସେଠାରେ ଭୋଜି ମଧ୍ୟ କରି ପାରିବେ । ବର୍ଷର ଯେକୌଣସି  ସମୟରେ ଆପଣ ଏଠାକୁ ବୁଲି ଯାଇ ପାରିବେ ।

କେମିତି ଯିବେ –ଭୁବନେଶ୍ବରରୁ ବସ ଯୋଗେ ଭଦ୍ରକ ଯାଇ, ସେଠାରୁ କୌଣସି ଟ୍ୟାକ୍ସି ଯୋଗେ ସହଜରେ ହଦଗଡ ଡ୍ୟାମ୍ ଯାଇ ପାରିବେ । ଠିକ୍ ସେହିପରି କେନ୍ଦୁଝର ସହରରୁ ମଧ୍ୟ ବସ ଯୋଗେ ଭଦ୍ରକ ଯାଇ ସେଠାରୁ ନିଜସ୍ବ ଗାଡି କିମ୍ବା ଟ୍ୟାକ୍ସି ଯୋଗେ ଯାଇ ପାରିବେ । ତେବେ ଆଉ ଡେରି କାହିଁକି , ଯାଆନ୍ତୁ ନାଁ ଥରେ ବୁଲି ଆସନ୍ତୁ ପ୍ରକୃତିର ଏହି ପ୍ରାକୃତିକ ପରିବେଶକୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking