ନୂଆଦିଲ୍ଲୀ : କରୋନା କବଳରେ ଏବେ ସାରା ଦେଶ । ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ କେହି ଜଣେ ବି ବାଦ ପଡୁ ନାହାନ୍ତି । ତେବେ ଏହାରି ଭିତରେ ଗତକାଲି ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ସୁଧାର ଆସିଥିବା ସୂଚନା ମିଳିଛି । ଲତାଙ୍କୁ କରୋନା ହେବା ଖବର ସବୁଠି ଚିନ୍ତାରେ ପକାଇ ଦେଇଥିଲା । ସବୁ ଅଭିନେତା , ଅଭିନେତ୍ରୀ ଓ ତାଙ୍କ ପ୍ରଶଂସକମାନେ ତାଙ୍କର ସୁସ୍ଥ କାମନା କରିଥିଲେ ।