36.9 C
Bhubaneswar
Sunday, June 21, 2026
Homeଓଡିଶାବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ରୁଷ ଦୂତାବାସରେ ଉନ୍ମୋଚିତ ହେଲା ସ୍ମାରକୀ ଫଳକ 

ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ରୁଷ ଦୂତାବାସରେ ଉନ୍ମୋଚିତ ହେଲା ସ୍ମାରକୀ ଫଳକ 

ଭୁବନେଶ୍ୱର: ନାଜିବାଦ ବିରୁଦ୍ଧରେ ରୁଷର ବିଜୟ ର ଅଶୀତମ ବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି.ଏଥିପାଇଁ ମଇ ୯ ତାରିଖ ରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି। ଏହି ଆୟୋଜନରେ ଜଣେ ମହାନ ଓଡ଼ିଆଙ୍କ ଅବଦାନକୁ କୃତଜ୍ଞତା ସହ ମନେ ପକାଇଛି ରୁଷ। ସେ ଓଡ଼ିଆ ବୀର ହେଉଛନ୍ତି ଆମର ପ୍ରିୟ ନେତା ପ୍ରବାଦ ପୁରୁଷ ବିଜୁ ପଟନାୟକ। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁ ଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ପୂଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀର ରୁଷ ଦୁତାବାସ, ରୁଷିଆ ହାଉସର ବର୍ଣାଢ୍ୟ ପରିବେଶରେ। ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନ କୁ ସମ୍ମାନ ଜଣାଇ ବାକୁ ରୁଷିଆ ହାଉସରେ ଆଜି ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ।ଏଥରେ ମୁଖ୍ୟଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟନାୟକ ଭାରତରେ ରୁଷ ର ରାଷ୍ଟ୍ରଦୂତ ମହା ମହିମ ମିଃ ଡେନିସ ଅଲିପୋବଙ୍କ ମହାର୍ଘ୍ୟ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ। ଏହି ଅବସରରେ ମହାନାୟକ ବିଜୁ ପଟନାୟକ ଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଶ୍ରୀ ନବୀନ ପଟନାୟକ କହିଥିଲେ ଯେ ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ।ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ ରେ ଅବରୁଦ୍ଧ ରୁଷ ସେନା କୁ ଅସ୍ତ୍ର ଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ରୁଷ ର ବିଜୟ କୁ ସୁଗମ କରି ବିଶ୍ୱ କୁ ବିପର୍ଯୟ ରୂ ବଞ୍ଚାଇଥିଲେ ଥିଲେ ତାହା ଅନନ୍ୟ।ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ଶ୍ରୀ ପଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ରୁଷ ଦୁତାବାସ ର ଉଚ୍ଚ ଅଧିକାରୀ ମାନଙ୍କ ସମେତ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking