40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ଆଳୁ କିଲୋ ୨୦୦

ଶ୍ରୀଲଙ୍କାରେ ଆଳୁ କିଲୋ ୨୦୦

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ସ୍ଥିତି ଏବେ ଅସମ୍ଭାଳ ହୋଇପଡିଛି । ଖାଉଟିଙ୍କୁ ଲାଗିଛି ମହଙ୍ଗା ମାଡ । ସେଠାରେ ଖାଦ୍ୟପଦାର୍ଥ ଦାମ୍ ଆକାଶ ଛୁଆଁ ସ୍ତରରେ ପହଞ୍ଚିଛି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍ ୧୮ ଟଙ୍କା ଥିଲା । ତାହା ଏବେ ବୃଦ୍ଧି ପାଇ ୭୧ ଟଙ୍କା ହୋଇଛି । ଅର୍ଥାତ ଏକ କେଜି କଞ୍ଚା ଲଙ୍କା ଦାମ୍ ୭୧୦ ଟଙ୍କା ହୋଇଯାଇଛି । ଏହାର ମୂଲ୍ୟ ମାସକ ଭିତରେ ୨୮୭% ବୃଦ୍ଧି ପାଇଛି ।

ସେହି ସମୟରେ ବାଇଗଣ ଦାମ୍ ୫୧% , ପିଆଜ ମୂଲ୍ୟ ୪୦%, ବିନସ୍ ଓ ଟମାଟୋ ମୂଲ୍ୟରେ ୧୦% ବୃଦ୍ଧି ହୋଇଛି । ଏବେ ଶ୍ରୀଲଙ୍କାରେ ଟମାଟୋ ଦାମ୍ ୨୦୦ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨୦୦ ଟଙ୍କା, କଲରା ୧୬୦ ଟଙ୍କା , ବିନସ୍ ୩୨୦ ଟଙ୍କା, ବନ୍ଧାକୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା ଓ କଞ୍ଚା କଦଳୀ ୧୨୦ ଟଙ୍କାରେ ବିକ୍ରି ହେଉଛି । ୨୦୧୯ ମୂଲ୍ୟ ତୁଳନାରେ ଅଧିକାଂଶ ସାମଗ୍ରୀ ଦୁଇ ଗୁଣା ଦାମରେ ବିକ୍ରି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking