34.1 C
Bhubaneswar
Friday, March 29, 2024
Homeଓଡିଶାଆଜି ପବିତ୍ର ଶାମ୍ବ ଦଶମୀ

ଆଜି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର : ଆଜି ପବିତ୍ର ଶାମ୍ବ ଦଶମୀ । ଓଡ଼ିଆ ଘରର ପ୍ରସିଦ୍ଧ ପର୍ବ । ଏହା ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ଦିନ ପଡ଼ି ଥାଏ । ଏହି ଦିନ ଆମ ଓଡ଼ିଆ ଘରେ ସୂର୍ୟ୍ୟ ଦେବତାଙ୍କୁ ବିଶେଷ ପୂଜା କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲେ ତେଣୁ ତାଙ୍କ ମା’ ସୂର୍ୟ୍ୟ ଦେବଙ୍କୁ ୧୨ ବର୍ଷ ତପସ୍ୟା ଓ ପୂଜା ରେ ସନ୍ତୁଷ୍ଟ କରି ଶାମ୍ବ ଙ୍କୁ ରୋଗ ମୁକ୍ତ କରିଥିଲେ।

ସେହିଦିନ ଠାରୁ ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ରେ ଶାମ୍ବ ଦଶମୀ ପୂଜା କରାଯାଇଥାଏ । ଏହି ପୂଜାଟି କୁ ମା’ ମାନେ ନିଜ ସନ୍ତାନ ମାନଙ୍କ ସ୍ବାସ୍ଥ୍ୟ ପାଇଁ ସୂର୍ଯ୍ୟ ପୂଜା କରି ଥାଆନ୍ତି ।କଥାରେ ରହିଛି ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଦେବଙ୍କ ମନ୍ଦିରରେ ନାଲି ରଙ୍ଗର ବସ୍ତ୍ର ଓ ପୁଷ୍ପ ଅର୍ପଣ କଲେ ସନ୍ତାନ ମାନଙ୍କ ଜୀବନରୁ ଖରାପ୍ ସମୟ ଦୂର ହୋଇଥାଏ । ଶାମ୍ବ ଦଶମୀ ଦିନ ଦୁଃଖୀ ଦରିଦ୍ର ଙ୍କୁ ଭୋଜନ କରାଇବା ଦ୍ଵାରା ସନ୍ତାନ ମାନଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହେବ । ଏହିଦିନ ୨ଥର ସୂର୍ୟ୍ୟ ପୂଜା କରିବାର ବିଧାନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking