36.1 C
Bhubaneswar
Thursday, May 2, 2024
Homeଅପରାଧବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଲାଞ୍ଜିଗଡ଼ ଥାନାରେ ଅଭିଯୋଗ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଲାଞ୍ଜିଗଡ଼ ଥାନାରେ ଅଭିଯୋଗ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗ୍ରାମପଞ୍ଚାୟତ ରେଙ୍ଗୋପାଲି ଗାଁର ବାବୁଲା ନାଏକ ନାମକ ଜଣେ ବ୍ୟକ୍ତି ଲାଞ୍ଜିଗଡ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଲାଞ୍ଜିଗଡ ଥାନାରେ ଅଭିଯୋଗ ହୋଇଥିଲା।

ପୀଡିତା ମହିଳାଙ୍କ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ବାବୁଲାକୁ ଗିରଫ କରାଯିବା ସହିତ ଶନିବାର କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ଯିବାକୁ ପଡିଛି। ଏ ନେଇ ଲାଞ୍ଜିଗଡ ଥାନା ମାମଲା ରୁଜୁ ହୋଇଥିବାବେଳେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ବାବୁଲା ନାଏକ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷାଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking