27.1 C
Bhubaneswar
Thursday, April 25, 2024
Homeଅପରାଧମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ :ସହଯୋଗ ପାଇଁ ପ୍ରଶାସନ ନିକଟରେ ନିବେଦନ

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ :ସହଯୋଗ ପାଇଁ ପ୍ରଶାସନ ନିକଟରେ ନିବେଦନ

ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମର ସ୍ୱର୍ଗତ ଶ୍ରୀକର କହଁରଙ୍କ ପୁଅ ବିନାୟକ କହଁର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ପାରନେର ସ୍ଥିତ ଟୁଲୁକା ଅଞ୍ଚଳରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଶୁଣି ପରିବାର ଲୋକେ ପୂରା ଭାଙ୍ଗିପଡ଼ିଛନ୍ତି ।
ବହୁ ପୂର୍ବରୁ ବିନାୟକର ବାପା ଓ ମା’ଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ଘରେ ସ୍ତ୍ରୀ ସହିତ ୨ ଟି ଛୋଟ ପୁଅ । ସୁନାର ସଂସାରକୁ ଛାଡି କିଛି ରୋଜଗାର ଆଶାରେ ଦୀର୍ଘଦିନ ହେଲା ବିନାୟକ ସେଠାରେ ରହୁଥିବା ବେଳେ ମଝିରେ ମଝିରେ ଘରକୁ ଆସିଥାନ୍ତି । ଲକଡ଼ାଉନ୍ ଯୋଗୁଁ ସେ ମଧ୍ୟ ସେଠାରେ ଫସିରହିଥିବା ବେଳେ ଗତ ୨ ଦିନ ତଳେ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥବଲେ । ଲକଡ଼ାଉନ୍ ଶେଷ ପରେ ସେ ଘରକୁ ଫେରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତେବେ ହଠାତ୍ ଶନିବାର ବିଳମ୍ବିତ ରାତିରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଁ ଏକ ପ୍ରକାରେ ହତତ୍ସୋହିତ ହୋଇ ପଡ଼ିଛନ୍ତି ସ୍ତ୍ରୀ ମନୋସ୍ୱିତା । ତାଙ୍କ ସ୍ୱାମୀଙ୍କ କିଭଳି ଓ କାହିଁକି ମୃତ୍ୟୁ ଘଟିଲା ତାହାକୁ ନେଇ ସେ ନାନା ସନ୍ଦେହ ମଧ୍ୟରେ ରହିଛନ୍ତି । ଏ ସମ୍ପର୍କରେ ବିନାୟକଙ୍କ ସାନଭାଇ ଟିଟ୍ରାପଙ୍ଗା ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କୁ ଅବଗତ କରିବା ପରେ ଉଭୟ ନାଏବ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଅତିରିକ୍ତ ଜିଲ୍ଳାପାଳ ବସନ୍ତ କୁମାର ସାହୁଙ୍କ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ସହଯୋଗ ପାଇଁ ନିବେଦନ କରିଛନ୍ତି । ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଅନନ୍ତ ଦିଗାଲଙ୍କ ସମେତ ସମାଜସେବୀ ଟୁଟୁ ମାଝୀ, ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ଭୁକ୍ତାକନାଲି ଗ୍ରାମରେ ପହଞ୍ôଚ ମୃତ ବିନାୟକଙ୍କ ପରିବାର ସହିତ ଆଲେଚନା କରି ଯେଉଁ ନମ୍ବରରୁ ମୃତ୍ୟୁ ଖବର ଆସିଥିଲା ଉକ୍ତ ନମ୍ବରରେ ପୁଣିଥରେ ଯୋଗାଯୋଗ କରି ଘଟଣାର ସତ୍ୟତା ଉପରେ ଅବଗତ ହେବା ସହିତ ସହଯୋଗ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ମରଶରୀରକୁ ମହାରାଷ୍ଟ୍ରରୁ ଆଣିବାକୁ ପତ୍ନୀ ମନସ୍ୱିତା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଟିଟ୍ରାପଙ୍କା ସରପଞ୍ଚ ଗୀତାଞ୍ଜଳି ଜାନୀ ମଧ୍ୟ ମହାରାଷ୍ଟ୍ର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଘଟଣାର ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking