29.1 C
Bhubaneswar
Wednesday, May 1, 2024
Homeଅପରାଧକେୱାଇସି ଅପ୍‌ଡେଟ୍ ନାଁରେ ଠକେଇ: ସ୍ୱାମୀ-ସ୍ତ୍ରୀଙ୍କ ଆକାଉଣ୍ଟରୁ ନେଇଗଲେ ଦେଢ଼ ଲକ୍ଷ

କେୱାଇସି ଅପ୍‌ଡେଟ୍ ନାଁରେ ଠକେଇ: ସ୍ୱାମୀ-ସ୍ତ୍ରୀଙ୍କ ଆକାଉଣ୍ଟରୁ ନେଇଗଲେ ଦେଢ଼ ଲକ୍ଷ

ବ୍ରହ୍ମପୁର: ବିଏସ୍‌ଏନ୍‌ଏଲ୍ ସିମ୍‌ର କେୱାସି ଅଫ୍‌ଡେଟ୍ ନାମରେ ଜଣେ ଅବସରପ୍ରାପ୍ତ ଅଧ୍ୟପକଙ୍କ ସମେତ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକମାନେ ପ୍ରାୟ ୧ ଲକ୍ଷ ୬୮ ହଜାର ୬୦୪ ଟଙ୍କା ଠକି ନେଇଛନ୍ତି । ଏନେଇ ଅବସର ପ୍ରାପ୍ତ ଅଧ୍ୟାପକଙ୍କ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ କନିଷି ଅଞ୍ଚଳର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ମୋବାଇଲ୍‌କୁ ଏକ ମେସେଜ୍ ଆସିଥିଲା । ଯଦି ୨୪ ଘଣ୍ଟା ମଧ୍ୟରେ ତାଙ୍କରି ବିଏସ୍‌ଏନଏଲ୍ ସିମର କେୱାସି ଅଫ୍‌ଡେଟ୍ ନ କରନ୍ତି, ତେବେ ଉକ୍ତ ସିମ୍‌ଟି ବନ୍ଦ ହୋଇଯିବ । ଅଧିକ ଜଣିବା ନିମନ୍ତେ ୭୮୫୭୦୮୦୯୫୬କୁ ଯୋଗାଯୋଗ କରିବାକୁ ଉକ୍ତ ମେସେଜରେ ଉଲ୍ଲେଖ ରହିଥିଲା ।

ଏହାପରେ ଅଧ୍ୟାପକ ଜଣଙ୍କ ବ୍ୟସ୍ତ ହୋଇ ଉପରୋକ୍ତ ନମ୍ବରକୁ କଲ୍ କରିଥିଲେ । ସାଇବର ଠକ ଜଣକ ଫୋନ୍ ଉଠାଇବା ସହ ସେ ଜଣେ ବିଏସ୍‌ଏନଏଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇ କଥା ହୋଇଥିଲେ । ଏହାସହ ସେ ବ୍ୟବହାର କରୁଥିବା ସିମର ଅନ୍‌ଲାଇନ ଦ୍ୱାରା କେୱାସି ଅପ୍‌ଡେଟ୍ କରିବା ନିମନ୍ତେ କହିଥିଲେ । କିନ୍ତୁ ଅଧ୍ୟାପକ ଜଣଙ୍କ ଏଥିରେ ରାଜି ହୋଇନଥିବା ବେଳେ ସେ ନିକଟସ୍ଥ ବିଏସ୍‌ଏନଏଲ କାର୍ଯ୍ୟାଳୟକୁ ଯାଇ ସେଠାରେ କେୱାଇସି ଅପ୍‌ଡେଟ୍ କରିଦେବି ବୋଲି କହିଥିଲେ । ଏହା ପରେ ସାଇବର ଠକ ଜଣକ ବିଭିନ୍ନ ପ୍ରକାର କଥା କୁହାଇ ଅନ୍‌ଲାଇନ ଦ୍ୱାରା କେୱାସି ଅଫ୍‌ଡେଟ୍ ନିମନ୍ତେ ତାଙ୍କୁ ରାଜି କରାଇଥିଲେ ।

ପରେ ସାଇବର ଠକ ଜଣଙ୍କ ତାଙ୍କ ମୋବାଇଲକୁ ଏକ ମ୍ୟାସେଜ ମାଧ୍ୟମରେ ଏକ ଲିଙ୍କ୍ ପଠାଇ ଥିଲେ । ସାଇବର ଠକ କହିବା ମୁତାବକ ଅବସର ପ୍ରାପ୍ତ ଅଧ୍ୟାପକଙ୍କ ଉକ୍ତ ଲିଙ୍କକୁ କ୍ଲିକ୍ କରି ରଣା ଏନି ଡେକ୍ସ ନାମକ ଏକ ଆପ୍‌ଲିକେସନକୁ ଇନ୍‌ଷ୍ଟଲ୍ କରିଥିଲେ । ଏହା ପରେ ତାଙ୍କ ଏସ୍‌ବିଆଇ ଆକାଉଣ୍ଟର ୟୋନୋ ତାଙ୍କ ମୋବାଇଲରେ ଖୋଲିବାକୁ କହିଥିଲେ । ଏହା ପରେ ତାଙ୍କ ବ୍ୟାଙ୍କ ଆକାଣ୍ଟରୁ ୪୨ ହଜାର ୧୫୨ ଟଙ୍କା ଲେଖାଏ ତିନଟି ପର୍ଯ୍ୟାୟରେ ମୋଟ ଏକ ଲକ୍ଷ ୨୬ ହଜାର ୪୫୬ ଟଙ୍କା ନେଇଯାଇଥିଲେ । ଏହା ଠିକ କିଛି ସମୟ ପରେ ଅବସର ପ୍ରାପ୍ତ ଅଧ୍ୟପକଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୪୨ ହଜାର ୧୫୨ ଟଙ୍କା କଟିଯାଇଥିଲା । ପରେ ଅବସର ପ୍ରାପ୍ତ ଅଧ୍ୟାପକ ଏସ୍‌ବିଆଇ ବ୍ୟାଙ୍କ ସହ ଯୋଗାଯୋଗ କରିଥିବାରୁ ସେ ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଆଜି ସେ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking