29.4 C
Bhubaneswar
Thursday, April 18, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ସୋର: ସୋର ବ୍ଲକ୍ ମହୁମୁହାଣ ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସୋର ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଔପଦା ଥାନା ବଡ଼ପୋଖରୀ କନ୍ଦପୁର ଗ୍ରାମର ନିରଞ୍ଜନ ରାଉତ (୨୯) ବୋଲି ଜଣାପଡ଼ିଛି । ଆଜି ପୁଲିସ ବାଲେଶ୍ୱର ପୋକ୍ସୋ କୋର୍ଟକୁ ଚାଲାଣ କରିଛି । ସୂଚନା ମୁତବାକ ଗତ ୨୦୧୭ ରେ ମହୁମୁହାଣ ଗ୍ରାମର ଜଣେ ନାବାଳିକାକୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ସୋର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ସୋର ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ପରଠାରୁ ନିରଞ୍ଜନ ଫେରାର ହୋଇଯାଇଥିଲା । ଗତକାଲି ରାତିରେ ସୋର ଥାନା ଏସ୍‌ଆଇ ଅଶୋକ ମହାନ୍ତି ନିରଞ୍ଜନ ଘରେ ଥିବାର ଖବର ପାଇ ଚଢ଼ଉ କରି ତାକୁ ଗିରଫ କରିଥିଲେ । ଆଜି ନିରଞ୍ଜନର ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking