34.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି

ଭୁବନେଶ୍ୱର : କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ ରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ନେଇ ଓଡ଼ିଶା ସରକାର କରିଥିବା ଆବେଦନର ଶୁଣାଣି ହେବ । ଓଡ଼ିଶା କରିଥିବା ଅଦାଲତ ଅବମାନନା ଆବେଦନକୁ ଭୁଲ ଧାରଣା ବୋଲି ଆନ୍ଧ୍ର କହିଛି । ଆନ୍ଧ୍ର ସରକାର କହିଥିଲେ, କୋଟିିଆର ୩ଟି ଗାଁରେ ନିର୍ବାଚନ କରାଇ ଆନ୍ଧ୍ର ଅଦାଲତଙ୍କ ଅବମାନନା କରିନାହାନ୍ତି । ୧୯୬୮ ଏବଂ ୨୦୦୬ରେ ସୁପ୍ରିମକୋର୍ଟ କେବଳ ସ୍ଥିତାବସ୍ଥା ଜାରି କରିଥିଲେ । ଆନ୍ଧ୍ର ଦେଉଥିବା ସୁବିଧା ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ମିଳିଥିବା ଖବର ଅନୁଯାୟୀ  ୨୦୧୧ ଜନଗଣନା ତଥ୍ୟ ସହିତ ୨୦୧୪ ଓ ୨୦୧୯ ନିର୍ବାଚନ ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ବିକାଶମୂଳକ କାମକୁ ପ୍ରସଙ୍ଗ କରି ଆନ୍ଧ୍ରକୁ ଘେରିବା ପାଇଁ ସରକାର  ରଣନୀତି ପ୍ରସ୍ତୁତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking