32.1 C
Bhubaneswar
Sunday, April 28, 2024
Homeଓଡିଶାଆଜିଠୁ ଖୋଲିବ କୋରାପୁଟର ସମସ୍ତ ଧର୍ମାନୁଷ୍ଠାନ 

ଆଜିଠୁ ଖୋଲିବ କୋରାପୁଟର ସମସ୍ତ ଧର୍ମାନୁଷ୍ଠାନ 

କୋରାପୁଟ : ଆଜିଠାରୁ କୋରାପୁଟ ଜିଲ୍ଲାର  ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ  ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ୨୦୨୧ ଜାନୁଆରୀ ୩ରୁ ଜିଲ୍ଲାର ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ରଖିଥିବା ବେଳେ ବର୍ଷର ଶେଷ ଦିନ ପୂର୍ବରୁ ଡିସେମ୍ବର ୩୦ରେ ଗୋଟିଏ ଦିନ ପାଇଁ  ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରସ୍ତାବ ଦେଇଥିଲେ । ବାହିନୀପତିଙ୍କ ପ୍ରସ୍ତାବକୁ ସମସ୍ତ ସଦସ୍ୟ ସମର୍ଥନ ଜଣାଇବା ସହ ଡିସେମ୍ବର ୩୧ରୁ ୨୦୧୨ ଜାନୁଆରୀ ୨ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖି ପୁନର୍ବାର ୩ରୁ ଜନସାଧାରଣଙ୍କ ନିମନ୍ତେ ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଭକ୍ତମାନେ ଧର୍ମାନୁଷ୍ଠାନକୁ ଯିବାବେଳେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଥର୍ମାଲ୍ ସ୍କ୍ରିନିଂ କରିବାକୁ ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରା ପରାମର୍ଶ ଦେଇଥିଲେ ।

୨୦୨୧ ଜାନୁଆରୀ ୩ରୁ ନିୟମିତ ଭାବରେ ଧାର୍ମିକ ଅନୁଷ୍ଠାନ ସବୁ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରି ଖୋଲାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ବୈଠକରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ  ଅଧ୍ୟକ୍ଷ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନି, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ, କୋଟପାଡ଼ ବିଧାୟକ ତଥା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ, ପଟ୍ଟାଙ୍ଗୀ ବିଧାୟକଙ୍କ ପ୍ରତିନିଧି ଅନନ୍ତ ରାମ ମାଟାମ, ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜୟପୁର ତହସିଲଦାର ପ୍ରଧାନ ଟୁଲିଆମ୍ମା, ଜୟପୁର ଉପ-ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଡ. ଜଗବନ୍ଧୁ ସାମଲ, ବିଶପ୍ ଆଶିଷ କୁମାର ପାଲ, ମହମ୍ମଦ୍ ଶେଖ୍‌, ମହମ୍ମଦ ଆସିଫ, ସାୟଦ ସୂରଜ ଅଲ୍ଲୀ, ଶେଖ ରୋସନ୍‌, ଜେଇଏଲ୍‌ସି କୋଷାଧ୍ୟକ୍ଷ  ବିରୋଜ କୁମାର ବେନିଆ, ଜେଇଏଲ୍‌ସି ଡିନ୍ ବିରଞ୍ଚି ଖୋସଲା, ତ୍ରିନାଥ ପାତ୍ର, ଅରୁଣ କୁମାର ଦାଶ, ଭବାନୀ ଶଙ୍କର ଆଚାର୍ଯ୍ୟ ଓ ଅନ୍ୟମାନେ ଯୋଗଦେଇ ନିଜ ମତ ଉପସ୍ଥାପନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking