24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶଦୁନିଆର ଏମିତି ଏକ ଦେଶ, ଯେଉଁଠି ନାହାନ୍ତି ଗୋଟିଏ ବି ସାପ

ଦୁନିଆର ଏମିତି ଏକ ଦେଶ, ଯେଉଁଠି ନାହାନ୍ତି ଗୋଟିଏ ବି ସାପ

ନୂଆଦିଲ୍ଲୀ: ସାପ ନାଁ ଶୁଣିବା ମାତ୍ରେ ସାଧାରଣ ଭାବେ ଲୋମ ଟାଙ୍କୁରୀ ଉଠେ । କାରଣ ପୃଥିବୀରେ ଏମାନଙ୍କୁ ସବୁଠୁ ଭୟଙ୍କର ଜୀବ ବୋଲି ଧରାଯାଏ । ବ୍ରାଜିଲ ଏକ ଏମିତି ଦେଶ, ଯାହାକୁ ସାପଙ୍କ ଦେଶ ବୋଲି କୁହାଯାଏ । କାରଣ ସେଠାରେ ଏତେ ମାତ୍ରାରେ ସାପ ଥାଆନ୍ତି ଯେ, ଦୁନିଆରେ ଆପଣଙ୍କୁ ଆଉ କେଉଁଟି ଏତେ ସାପ ଦେଖିବାକୁ ମିଳିବନି । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି ବି ଏକ ଦେଶ ଅଛି ଯେଉଁଠି ଗୋଟିଏ ବି ସାପ ନାହାନ୍ତି । ଆଜ୍ଞା ହଁ ଆୟର୍ଲାଣ୍ଡ ଏକ ଏମିତି ଦେଶ, ଯେଉଁଠି ଗୋଟିଏ ବି ସାପ ନାହାନ୍ତି । ହେଲେ ଏହା ପଛରେ ଥିବା କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।
ତେବେ ଆୟର୍ଲାଣ୍ଡରେ ସାପ ନଥିବା କାରଣ ଜାଣିବା ପୂର୍ବରୁ କିଛି ରୋଚକ ତଥ୍ୟ ବି ଜାଣନ୍ତୁ । ଆୟର୍ଲାଣ୍ଡରେ ମାନବ ଜାତି ଥିବା ପ୍ରମାଣ ୧୨୮୦୦ ବର୍ଷ ପୂର୍ବରୁ ରହିଛି । ଏହାବ୍ୟତୀତ ଆୟର୍ଲାଣ୍ଡର ଆଉ ଏକ ଖାସ କଥା ହେଲା ଯେ, ସେଠାରେ ଏକ ଏମିତି ବାର୍ ଅଛି ଯାହା ୯୦୦ ମସିହାରେ ଖୋଲିଥିଲା ଓ ଆଜି ବି ଚାଲିଛି । ଏହାର ନାମ ସିନ୍ସ ବାର୍ ।
ଆୟର୍ଲାଣ୍ଡ ବିଷୟରେ କୁହାଯାଏ ଯେ, ଆଜିର ସମୟରେ ପୃଥିବୀରେ ଯେତେ ବି ଧ୍ରୁବୀୟ ଭାଲୁ ଜୀବିତ ଅଛନ୍ତି, ଯଦି ତାଙ୍କର ପୂର୍ବଜଙ୍କ ପତା ଲଗାଇବା ପାଇଁ ଚେଷ୍ଟା କରିବା ତେବେ ସେମାନେ ସମସ୍ତେ ଆୟର୍ଲାଣ୍ଡରେ ୫୦ ହଜାର ବର୍ଷ ପୂର୍ବରୁ ଜୀବିତ ଏକ ଭୁରୀ ମାଦା ଭାଲୁ ର ପିଲା ।
ଏବେ ଆସନ୍ତୁ ଜାଣିବା ଆୟର୍ଲାଣ୍ଡରେ ସାପ କଣ ପାଇଁ ନାହାନ୍ତି । ବାସ୍ତବରେ ଏହା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି । କୁହାଯାଏ, ଆୟର୍ଲାଣ୍ଡରେ ଇସାଇ ଧର୍ମର ସୁରକ୍ଷା ପାଇଁ ସେଣ୍ଟ ପୌଟ୍ରିକ ନାମକ ଏକ ସନ୍ଥ ଏକାସାଙ୍ଗରେ ସବୁ ସାପ ନେଇ ଏହି ଆଇଲାଣ୍ଡରୁ ବାହାର କରି ସମୁଦ୍ରକୁ ଫିଙ୍ଗି ଦେଇଥିଲେ । ସେ ୪୦ ଦିନ ଭୋକିଲା ରହି ଏହି କାମ ସଂପୂର୍ଣ୍ଣ କରିଥିଲେ ।
ବୈଜ୍ଞାନିକଙ୍କ କହିବା କଥା ହେଲା ଯେ, ଆୟର୍ଲାଣ୍ଡରେ କେବେ ବି ସାପ ନଥିଲେ । ଜୀବାଶ୍ମ ଅଭିଲେଖ ବିଭାଗରେ ଏମିତି କିଛି ରେକର୍ଡ ନାହିଁ, ଯାହାଦ୍ୱାରା ଜଣାପଡିବ ଯେ, ଆୟର୍ଲାଣ୍ଡରେ କେବେ ସାପ ଥିଲେ । ଆୟର୍ଲାଣ୍ଡରେ ସାପ ନଥିବାକୁ ନେଇ ଏକ କାହାଣୀ ବି ରହିଛି । ପୂର୍ବରୁ ସେଠାରେ ସାପ ରହିଥିଲେ, ହେଲେ ଅତ୍ୟଧିକ ଥଣ୍ଡା ପାଇଁ ସେମାନେ ବିଲୁପ୍ତ ହୋଇଗଲେ । ସେବେଠୁ କୁହାଗଲା ଯେ, ଥଣ୍ଡା ପାଇଁ ସେଠାରେ ସାପ ଦେଖାଯାଆନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking