41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଦକ୍ଷିଣ ଆଫ୍ରିକାର ସେହି ସହର, ଯାହାକୁ କୁହାଯାଏ 'ସିଟି ଅଫ୍ ଗୋଲ୍ଡ'

ଦକ୍ଷିଣ ଆଫ୍ରିକାର ସେହି ସହର, ଯାହାକୁ କୁହାଯାଏ ‘ସିଟି ଅଫ୍ ଗୋଲ୍ଡ’

ନୂଆଦିଲ୍ଲୀ: ଆଜିର ସମୟରେ ନ୍ୟୁୟର୍କ ଓ ଲଣ୍ଡନ ଦୁନିଆର ସବୁଠୁ ଧନୀ ଦେଶ ତାଲିକାରେ ରହିଛି । ହେଲେ ଗୋଟିଏ ସମୟ ଥିଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ଏକ ସହର ଦୁନିଆର ସବୁଠୁ ଧନୀ ସହର ଥିଲା । ଏହି ସହରର ନାମ ଜୋହାନ୍ସବର୍ଗ । ଏହା ଦକ୍ଷିଣ ଆଫ୍ରିକାର ସବୁଠୁ ବଡ ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ହୀରା ଓ ସୁନା ଖଣି ପାଇଁ ପ୍ରସିଦ୍ଧ ଜୋହାନ୍ସବର୍ଗକୁ ପୂର୍ବରୁ ସିଟି ଅଫ ଗୋଲ୍ଡ କୁହାଯାଉଥିଲା । ଏହାର କାରଣ ଏମିତି ଥିଲା ଯେ, ୧୫୦ ବର୍ଷ ପୂର୍ବରୁ ସେଠାରୁ ଦୁନିଆର ୮୦ ପ୍ରତିଶତ ସୁନା ଉତ୍ପାଦନ କରାଯାଉଥିଲା । ହେଲେ ଏବେ ଏହି ସହର ବିପଦପୂର୍ଣ୍ଣ ସହର ଭାବରେ ପରିଚିତ ହୋଇଛି । ଏବେ ସେହି ସହର ଅପରାଧୀଙ୍କ ଆଡା ପାଲଟିଛି । ୧୮୮୬ ରେ ଜଣେ ଇଂରେଜ ଜୋହାନ୍ସବର୍ଗରେ ସୁନା ଖଣିର ସନ୍ଧାନ କରିଥିଲେ ।

ଯେତେବେଳେ ସାରା ଦୁନିଆକୁ ଏ ବିଷୟରେ ଖବର ମିଳିଲା ସମସ୍ତେ ସେଠାରେ ରହିବାକୁ ଲାଗିଲେ । ସୁନା ଖଣି ପାଇଁ ସେହି ସହର ଧନୀ ହୋଇପାରିଥିଲା । ଜୋହାନ୍ସବର୍ଗରେ ବର୍ତମାନ ଗୋଲ୍ଡ ରିଫ ସିଟି ମନୋରଂଜନର ସବୁଠୁ ବଡ କେନ୍ଦ୍ର । ଏହା ସହରର ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ୍ଟ ରେ ସୁନା ଖଣି ପାଖରେ ଅବସ୍ଥିତ । ବାସ୍ତବରେ ଏହା ହେଉଛି ଏକ ପାର୍କ । ଯେଉଁଠି କାମ କରୁଥିବା କର୍ମଚାରୀ ୧୮୮୦ ସମୟର ପୋଷାକ ପରିଧାନ କରି ବୁଲୁଥିବା ଦେଖିବାକୁ ମିଳେ । ସେଠାରେ ଥିବା ସମସ୍ତ ଅଟ୍ଟାଳିକା ସେ ସମୟ ହିସାବରେ ଡିଜାଇନ କରାଯାଇଛି । ସେଠାକୁ ବିପୁଳ ମାତ୍ରାରେ ପର୍ଯ୍ୟଟକ ଆସନ୍ତି ଓ ଖାଦାନରୁ ଧାତୁ ଖୋଦନ କରି ସୁନା ବନିବାର ସଂପୂର୍ଣ୍ଣ ପ୍ରକ୍ରିୟା ଦେଖନ୍ତି ଓ ବୁଝନ୍ତି ।

ଜୋହାନ୍ସବର୍ଗର ସବୁଠୁ ବଡ ମ୍ୟୁଜିଅମ ହେଉଛି ହେକ୍ଟର ମ୍ୟୁଜିଅମ । ସେଠାରେ ଜଣେ ପିଲା ହେକ୍ଟର ପିଟରସନଙ୍କ ହତ୍ୟା କରିଦେଇଥିଲା । ସେହି ପିଲାର ସ୍ମୃତି ଉଦ୍ଦେଶ୍ୟରେ ସେହି ମ୍ୟୁଜିଅମର ନାମ ହେକ୍ଟର ପିଟରସନ ମ୍ୟୁଜିଅମ ରଖାଗଲା । ୧୬ ଜୁନ ୨୦୦୨ରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥିଲା । ସେହିଭଳି ଜୋହାନ୍ସବର୍ଗର ସବୁଠୁ ବଡ ଚିଡିଆଘରରେ ପଶୁଙ୍କ ପ୍ରାୟ ୩ ହଜାର ପ୍ରଜାତି ରହିଛନ୍ତି । ଦୁନିଆର କିଛି ବଛା ବଛା ସ୍ଥାନରୁ ସେହି ଚିଡିଆଘର ଅନ୍ୟତମ , ଯେଉଁଠାରେ ଧଳା ସିଂହ ରହିଥାନ୍ତି । ଏହାବ୍ୟତୀତ ସେଠାରେ ସାଇବେରିଆନ ବାଘ ବି ରହିଥାନ୍ତି । ଜୋହାନ୍ସବର୍ଗର ଦ ସାଉଥ ଆଫ୍ରିକାନ ମ୍ୟୁଜିଅମ ଅଫ ରକ ଆର୍ଟ ସେହି ମ୍ୟୁଜିଅମରୁ ଗୋଟିଏ, ଯେଉଁଠି ଖୋଦିତ ବସ୍ତୁକୁ ରଖାଯାଇଛି । ତା ମଧ୍ୟରୁ କିଛି ବସ୍ତୁ ଆଦିମାନଙ୍କ ବୋଲି ୟେଲ ରୋଡସ୍ଥିତ ସେହି ମ୍ୟୁଜିଅମରେ ଥିବା ବସ୍ତୁ ବିଷୟରେ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking