27.1 C
Bhubaneswar
Saturday, July 27, 2024
Homeଅପରାଧଅଶାନ୍ତ ପୁରୀ ସହର : ଗୁଳିମାଡ଼ ପରେ ଛୁରାମାଡ଼

ଅଶାନ୍ତ ପୁରୀ ସହର : ଗୁଳିମାଡ଼ ପରେ ଛୁରାମାଡ଼

ପୁରୀ : ଅଶାନ୍ତ ପୁରୀ । ଗୁଳିମାଡ଼ର କେଇ ଘଣ୍ଟା ପରେ ସହରରେ ଛୁରାମାଡ଼ ହୋଇଛି । ବଡ଼ଦାଣ୍ଡରେ ମାଉସୀ ମା’ ମନ୍ଦିର ନିକଟରେ ଯୁବକଙ୍କୁ ଛରାମାଡ଼ । ଛୁରାମାଡ଼ରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁୁତାରୁ ଛୁରାମାଡ଼ ହୋଇଛି ବୋଲି ସୂଚନା ମଳିଛି । ଗୁରୁତର ଯୁବକଙ୍କୁ ପ୍ରଥମେ ପୁରୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ପୁରୀ ଏମାର ମଠ ନିକଟସ୍ଥ କାକୁଡ଼ିଖାଇ ଛକ ନିକଟରେ ଜଣେ ଯୁବକଙ୍କୁ ଫାୟାରିଂ ହୋଇଥିଲା । ଏହି ଗୁଳିମାଡ଼ରେ ତଳୁଚ୍ଛ ସାହିର ଶିବରାମ ପାତ୍ର ନାମକ ଜଣେ ଯୁବକ ପ୍ରାଣ ହରାଇଥିଲେ । ଏହି ଘଟଣାରେ ପୋଲିସ ଚନ୍ଦନ ବାରିକ ନାମକ ଜଣେ ଅଭିଯୁକ୍ତଙ୍କୁ ଅଭିଯୁକ୍ତକୁ ଗିରଫ ହୋଇଥିଲା । ଗତ ମାର୍ଚ୍ଚ ମାସ ୧୬ ତାରିଖରେ ମଧ୍ୟ ଗୁଳିମାଡ଼ରେ ପୁରୀର ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଥିଲା ।

ପୁରୀ ସହରରେ ପୁଣି ଫୁଟିଲା ଗୁଳି, ୧ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking