29.1 C
Bhubaneswar
Thursday, June 19, 2025
Homeଓଡିଶାଅଭିନବ ଉପାୟରେ ଶଗଡ଼ ଗାଡ଼ି ଶୋଭାଯାତ୍ରାରେ ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସର କିଷାନ ସତ୍ୟାଗ୍ରହ

ଅଭିନବ ଉପାୟରେ ଶଗଡ଼ ଗାଡ଼ି ଶୋଭାଯାତ୍ରାରେ ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସର କିଷାନ ସତ୍ୟାଗ୍ରହ

ନବରଙ୍ଗପୁର:-ଅଭିନବ ଉପାୟରେ ଶଗଡ଼ ଗାଡ଼ି ଶୋଭାଯାତ୍ରା ରେ ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ର କିଷାନ ସତ୍ୟାଗ୍ରହ ।ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶ କ୍ରମେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ବଳିଦାନ ଦିବସ ଅବସର ସାରା ରାଜ୍ୟ ରେ କିଶାନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ଏକ ଅଭିନବ ଉପାୟ ରେ କେନ୍ଦ୍ର ସରକାର ଙ୍କ କୃଷି ବିଲ୍ କୁ ବିରୋଧ କରି ଏକ ଶଗଡ଼ ଗାଡ଼ି ଶୋଭାଯାତ୍ରା ରେ କର୍ମୀ ମାନେ ପରିକ୍ରମା କରିବା ସହ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ପ୍ରାକ୍ତନ ପିସିସି ସମ୍ପାଦକ କ୍ଷେମ ରାଜ ବାଘ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରା ରେ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ବିଭିନ୍ନ ପ୍ରକାର ସରକାର ବିରୋଧୀ ନାରା ଦେଇ ବ୍ଲକ୍ କାର୍ଯ୍ୟାଳୟ କୁ ଧସେଇ ହୋଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ଉପସ୍ଥିତ ପୋଲିସ ସହିତ କିଛି ସମୟ ଧସ୍ତା ଧସ୍ତି ହୋଇଥିଲେ ଏହାପରେ ବିଡ଼ିଓ ଧର୍ମରାଜ୍ ମାଝୀ ଙ୍କ ନେତା ବିଭିନ୍ନ ଯୋଜନା ର ସଫଳ ରୂପାୟନ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ।ଏହି ବିକ୍ଷୋଭ ସଭାରେ ଚନ୍ଦା ହାଣ୍ଡି ଜୋନ୍ ସଭାପତି ଦ୍ବୟ ହୂମେଶ୍ଵର୍ ହଂସ ଶ୍ରୀବତ୍ସ ପଣ୍ଡା, ସନ୍ତୋଷ ପଟ୍ଟନାୟକ ଜଗଦୀଶ ବାଘ,ମୋହନ ନାଗ,ମଣିରାମ ମାଝୀ, ଡମ୍ବରୁ ହରି ନା,ବନମାଳୀ ବାଘ,କୁବେର ନୀଆଲ୍,ଜୟଦେବ ନିଆଲ,ମଳୟ ସୁନା, ହେମ ପ୍ରସାଦ,କୃଷ୍ଣ ବାଘ, ଜଗତ,କାର୍ତ୍ତିକ ମାଳି,ଆସମତି ବାଘ,ଗଜ ଦେଇ, ଚମ୍ପା ନାଗ,ନରେନ୍ଦ୍ର ସାହୁ ପ୍ରମୁଖ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking