29.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଇସ୍ରାଏଲର ହସ୍ପିଟାଲ ଉପରେ ଇରାନର ଆକ୍ରମଣ

ଇସ୍ରାଏଲର ହସ୍ପିଟାଲ ଉପରେ ଇରାନର ଆକ୍ରମଣ

ନୂଆଦିଲ୍ଲୀ: ଗୁରୁବାର ଦିନ ଲଗାତାର ସପ୍ତମ ଦିନ ରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ହିଂସାତ୍ମକ ଯୁଦ୍ଧ ଏବେ ଆହୁରି ତୀବ୍ର ହୋଇଛି । ଏଥିଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଉଭୟ ପକ୍ଷ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ଇରାନର ଖୋଣ୍ଡାବ ପରମାଣୁ କେନ୍ଦ୍ରର ଏକ ଅଞ୍ଚଳକୁ ଟାର୍ଗେଟ କରିଥିବା ବେଳେ, ତେହେରାନ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଦକ୍ଷିଣ ଇସ୍ରାଏଲର ସବୁଠାରୁ ବଡ଼ ହସ୍ପିଟାଲ ‘ସୋରୋକା ମେଡିକାଲ ସେଣ୍ଟର’କୁ ସିଧାସଳଖ ଆକ୍ରମଣ କରିଛି। ଗୁରୁବାର ଇରାନରୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସିଧା ବେରଶେବାର ସୋରୋକା ହସ୍ପିଟାଲରେ ଆଘାତ କରିଛି।  ଇସ୍ରାଏଲର ସୋରୋକା ମେଡିକାଲ ସେଣ୍ଟର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ, ଜଣେ 60 ବର୍ଷୀୟ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ବର୍ତ୍ତମାନ, ଉଦ୍ଧାର କାର୍ଯ୍ୟ ଚାଲିଛି। କ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସଂଘର୍ଷ ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତିର ସମ୍ଭାବନା ଉପରେ ଅନିଶ୍ଚିତତା ଦେଖାଦେଇଛି। ଏହା ବ୍ୟତୀତ, ଇସ୍ରାଏଲ କେନ୍ଦ୍ରୀୟ ଇରାନର ଆରାକ ଏବଂ ଖୋଣ୍ଡାବର ବାସିନ୍ଦାଙ୍କୁ ସ୍ଥାନାନ୍ତର ଚେତାବନୀ ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking