ଆଇପିଏଲ: ପରାଜୟକୁ ନେଇ ମୟଙ୍କ କହିଲେ ଏମିତି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚ ହାରିଥିବା କିଙ୍ଗସ ଇଲେଭେନ ପଂଜାବ ର ବ୍ୟାଟସ ମ୍ୟାନ ମୟଙ୍କ ଅଗ୍ରଓାଲ ମ୍ୟାଚଟିକୁ ଜିତାଇ ପାରନଥିବାରୁ ନିଜଙ୍କୁ ଦୁଃଖୀ ମନେ କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାଂଚକର ଖେଳ ପ୍ରଦର୍ଶନ କରୁଥିବା ପଂଜାବକୁ ସୁପର ଓଭରରେ ପରାଜୟ ଲାଭ କରିବାକୁ ପଡିଲା । ଜିତିବାକୁ ୧୫୮ ରନର ପିଛା କରୁଥିବା ପଂଜାବ ୫୨ ରନରେ ୫ ଓକେଟ ହରାଇ ଥିଲା । ହେଲେ ସବୁ ପରେ ବି ମୟଙ୍କ ଅଗ୍ରଓାଲ ୮୯ ରନ କରି ଖେଳକୁ ୧୫୭ ରନ ପର୍ଯ୍ୟନ୍ତ ନେଇଥିଲେ । ଶେଷ ଦୁଇ ବଲରେ ପଂଜାବକୁ ୨ ରନ୍ ଦରକାର ଥିଲା ହେଲେ ମାର୍କସ୍ ଷ୍ଟୋଇନିସ୍ ଦୁଇଟି ବଲରେ ଦୁଇଟି ଓକେଟ ନେଇ ମ୍ୟାଚକୁ ସୁପରଓଭର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଯେଉଁଥିରେ ଦିଲ୍ଲୀ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here