28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରିୟା ଡ୍ରଗ୍ସ କେସ ମାମଲା: ସାରା, ଶ୍ରଦ୍ଧା ଓ ରକୁଲ ପ୍ରୀତଙ୍କୁ ଏନସିବି କରିପାରେ ସମନ୍‌

ରିୟା ଡ୍ରଗ୍ସ କେସ ମାମଲା: ସାରା, ଶ୍ରଦ୍ଧା ଓ ରକୁଲ ପ୍ରୀତଙ୍କୁ ଏନସିବି କରିପାରେ ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଳିତ ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର, ସିମୋନ୍ ଖମ୍ଭାଟା ଓ ରକୁଲ୍ ପ୍ରୀତଙ୍କୁ ନୋଟିସ ପଠେଇବ ବୋଲି ସୂଚନା ମିଳିଛି । ଏମାନଙ୍କୁ ପଚରାଉଚୁରା କରିବା ପାଇଁ ନୋଟିସ ପଠାଯିବ । ଜେରା ସମୟରେ ରିୟା ଏହି ୪ ଅଭିନେତ୍ରୀଙ୍କ ନାଁ ନେଇଥିବା ଏନସିବି କହିଛି । କୁହାଯାଉଛି ଯେ, ମୁମ୍ବାଇର ଗୋଟିଏ ଜିମକୁ ରାକୁଲ, ସାରା ଏବଂ ରିୟା ଯାଉଥିଲେ ଏବଂ ସେଠାରେ ହିଁ ସେମାନଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା । ଏଥିରୁ ହିଁ ଏନସିବିକୁ ତଦନ୍ତ ପାଇଁ ଲିଡ୍ ମିଳିଛି । ଖାଲି ଏତିକି ନୁହେଁ, ରିୟା ଶ୍ରଦ୍ଧା କପୁରଙ୍କ ନାଁ ମଧ୍ୟ ନେଇଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଯେ, ଏନସିବି ଶ୍ରଦ୍ଧାଙ୍କୁ ବି ସମନ ପଠେଇପାରେ । ତେବେ ପୂର୍ବରୁ ରାହିଲ୍ ବିଶ୍ରାମ ନାମକ ଜମେ ଡ୍ରଗ୍ସ ପେଡଲରକୁ ସିବିଆଇ ଗିରଫ କରିଥିଲା । ରିୟା ଆହୁରି ମଧ୍ୟ କହିଛନ୍ତି ଯେ, ସୁଶାନ୍ତ ରିୟାଙ୍କ ସହ ସାକ୍ଷାତ ପୂର୍ବରୁ ଗଂଜେଇ ନେଉଥିଲେ । ଫିଲ୍ମ କେଦାରନାଥର ସୁଟିଂ ସମୟରେ ସୁଶାନ୍ତ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଦେଇଥିଲେ । କୁହାଯାଏ କି ଗଂଜେଇ ଖାଇଲେ ଓଜନ ବଢିଥାଏ । ତେବେ କେଦାରନାଥ ସୁଟିଂ ପରେ ସୁଶାନ୍ତ ଓ ସାରାଙ୍କ ଓଜନ ବି ବଢିଥିଲା । ତେବେ ଏହାରି ଭିତରେ ଏବେ ଦେଖିବାକୁ ବାକି ରହିଲା ଡ୍ରଗ୍ସ ମାମଲାରେ ଆଉ କାହା ନାଁ ସାମ୍ନାକୁ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking