28.8 C
Bhubaneswar
Saturday, June 20, 2026
Homeଓଡିଶାଉଦିତଙ୍କ ସହଯୋଗୀ ଗିରଫ

ଉଦିତଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ମାମଲା । ଉଦିତଙ୍କ ଅନ୍ୟତମ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ଉଦିତଙ୍କ ସହେଯାଗୀ ଆୟୁଷ୍ମାନ ସାହୁ । ଆୟୁଷ୍ମାନ ସାହୁଙ୍କ ଗିରଫ ପରେ କୋର୍ଟ ଚାଲଣା କରାଯାଇଛି । ଗତକାଲି ଭିଡିଓ କରି ଉଦିତ ନିର୍ଦ୍ଦୋଷ କହିଥିଲା ଆୟୁଷ୍ମାନ । ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲାରେ ହେଲା ପରିବର୍ତ୍ତନ । ପୀଡିତାଙ୍କ ବୟାନ ଆଧାରରେ ପରିବର୍ତ୍ତନ କଲା ପୋଲିସ । ସୂଚନାଯୋଗ୍ୟ, ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୋଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିବା ନେଇ ଷୋମବାର ସୂଚନା ମିଳିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking