33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା

ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା

ନୂଆଦିଲ୍ଲୀ: ପ୍ରେମ କଲାନି ବୋଲି ନାବାଳିକା ପ୍ରେମିକାକୁ ହତ୍ୟା କଲା ପ୍ରେମିକ ପ୍ରବର। ତାହା ପୁଣି ପ୍ରେମିକାର ଘରେ ପଶି । ଦେଖିଲାନି ବୟସ ତାରତମ୍ୟ । ନିଜ ଠାରୁ ବହୁତ୍ କମ ବୟସର ଝିଅକୁ ମନେ ଦେଇ ଭଲ ପାଉଥିଲା । ଆଉ ବିବାହ କରି ଘରକୁ ଆଣି ରାଣୀ କରି ରଖିବ ବୋଲି ସ୍ବପ୍ନ ଦେଖିଥିଲା ହତାଶିଆ ପ୍ରେମିକ। କିନ୍ତୁ ନାବାଳିକା ପ୍ରେମିକା ବୁଝିଲାନି ପ୍ରେମିକର ମନକଥା ।

ଗ୍ରହଣ କଲାନି ପ୍ରେମ ନିବେଦନ । ଶେଷରେ ପ୍ରମିକାର ଜୀବନ ନେବାକୁ ପଛାଇଲାନି ସ୍ବାର୍ଥପର ପ୍ରମିକ। ପ୍ରେମିକାର ଘରେ ପଶି ତାର ତଣ୍ଟି କାଟିଲା । ଆଉ ପୋଲିସ୍ ଆଖିରେ ଧୂଳି ଦେଇ ଫେରାର ହୋଇଗଲା। ଏଭଳି ଏକ ଘଟଣା ଘଟିଛି  ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ । ଗୁରୁତର ଅବସ୍ଥାରେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ ଉକ୍ତ ନାବାଳିଙ୍କ ପରିବାର । ୧୨ ବର୍ଷିୟ ନାବାଳିକାଙ୍କୁ ଦିର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିବା ନେଇ ଅଭିଯୋଗ ହୋଇଛି । ଏ-ନେଇ ନାବାଳିକାଙ୍କୁ ଦିର୍ଘ ଦିନ ତଳେ ଯୁବକ ଜଣକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ନାବାଳିକା ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ । ଏପରିକି ବହୁବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ହତାଶିଆ ପ୍ରେମିକ ପ୍ରବର ।

ନାବାଳିକା ପ୍ରେମିକା ଠାରୁ ପାଇଥିବା ଅପମାନକୁ ସୁଝାଇବା ପାଇଁ ମନସ୍ତ କରିଥିଲା ପ୍ରେମିକ । ଏ-ନେଇ ଆଜି ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିବା ସମୟରେ ପହଞ୍ଚିଥିଲା ପ୍ରେମିକ । ଏବଂ ଆଣିଥିବା ଛୁରୀରେ ପ୍ରେମିକାର ତଣ୍ଟି କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking