36.1 C
Bhubaneswar
Sunday, May 19, 2024
Homeଓଡିଶାପାଟଣାଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ମହିଳା

ପାଟଣାଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ମହିଳା

ପାଟଣାଗଡ: ପାଟଣାଗଡ ଏନଏସି ଓ୍ବାଡ ନଂ ୭ କଲ୍ୟାଣ ନଗର ଠାରେ ଏକ ଡ୍ରେନ ନିର୍ମାଣ ପାଇ ପଡା ବାସୀ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ଏନଏସି ପ୍ରଶାସନ ଶୁଣୁ ନଥିବାରୁ ଆଜି ପଡାବାସୀ ଏକତ୍ରିତ ହୋଇ ପୁଣି ଏନଏସିକୁ ଆସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ଆଜି ପୁଣି ପ୍ରତିଶୃତି ନେଇ ଫେରିଛନ୍ତି ପଡା ବାସୀ ।

ଏ ବିଷୟରେ କାର୍ଯ୍ୟନିର୍ବାହୀ ଅଧୁକାରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଲେ ପଡା ବାସୀ ଅଭିଯୋଗ କରିଛନ୍ତି ଯେ ଡ୍ରେନ ସୁବିଧା ନ ଥିବାରୁ ନିତ୍ୟ ବ୍ୟବହାର ପାଣି ନିସ୍କାଷନ ହୋଇପାରୁନଥିବାରୁ ଅ ଳର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ୍ରେନ ପାଇ ସ୍ଥାନୀୟ ଏମଏଲଏ ଠାରୁ ଆରମ୍ଭ କରି ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ପଡା ବାସୀ । ଆଗାମୀ 3 ଦିନ ମଧ୍ୟରେ କାମ ନ ହେଲେ ଏନ ଏ ସି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଉଛନ୍ତି ପଡ଼ାବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking