33.1 C
Bhubaneswar
Tuesday, May 26, 2026
Homeଅପରାଧହତ୍ୟା କରି ଯୁବକଙ୍କୁ ପୋଲ ତଳକୁ ଫିଙ୍ଗିଦେଲେ!

ହତ୍ୟା କରି ଯୁବକଙ୍କୁ ପୋଲ ତଳକୁ ଫିଙ୍ଗିଦେଲେ!

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୁବକଙ୍କୁ ହତ୍ୟା କରି ପୋଲ ତଳକୁ ଫିଙ୍ଗିଦେଲେ। ମୃତ ଯୁବକ ଜଣଙ୍କ ହେଲେ କୁସୁପୁର ଗାଁର ପ୍ରମୋଦ ବେହେରା। ଆଜି ସକାଳେ ପୋଲ ତଳେ ପ୍ରମୋଦଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇ ଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରମୋଦଙ୍କୁ ହତ୍ୟା କରାଯାଇ ପୋଲ ତଳେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ପ୍ରମୋଦଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଜଣାପଡ଼ିନାହିଁ। ମାହାଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking