28.1 C
Bhubaneswar
Friday, March 29, 2024
Homeସଞ୍ଜିବନୀକିଡନି ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ୪ଟି ନିୟମ

କିଡନି ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ୪ଟି ନିୟମ

କିଡନି ଶରୀର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ଏହା ମଣିଷ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହ ରକ୍ତକୁ ସଫା କରିବାରେ କରିଥାଏ ।
ଆଜିକାଲି କାର୍ଯ୍ୟବସ୍ତତା, ଖାଦ୍ୟପାନୟରେ ଅନିୟମିତତା, ଠିକ ପରିମାଣର ପାଣି ନ ପିଇବା ଆଦି କାରଣରୁ କିଡନି ଜନୀତ ସମସ୍ୟା ଭୋଗିବାକୁ ପଡ଼ିଥାଏ । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ଭଲରେ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର‌୍ୟ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ…
୧.ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ। କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଦିନକୁ ୩-୪ ଲିଟର ପାଣି ପିଇବା ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡନିକୁ ଅଧିକ କାମ କରିବାକୁ ପଡ଼ିଥାଏ। ଯାହାଦ୍ୱାରା କିଡନୀ ଖୁବ୍ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।
୨.ଅଧିକ ମାତ୍ରରେ ପେନ୍ କିଲର ଖାଇବା ଦ୍ୱାରା ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଶରୀରରେ ପେନ୍ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡନିରେ ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।
୩. ଯେଉଁ ଲୋକମାନେ ଲୁଣ ଅଧିକ ଖାଇଥାନ୍ତି । ସେମାନଙ୍କୁ କିଡନି ସହ ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡିୟମ ସହଜରେ ବାହାରି ନ ପାରି କିଡନି ଉପରେ ଖରାପ ପ୍ରଭାବ ପକାଇଥାଏ ।
୪. କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡନୀ ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking