27.1 C
Bhubaneswar
Thursday, April 25, 2024
Homeଅପରାଧମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ସ୍ୱାମୀ

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ସ୍ୱାମୀ

ସମ୍ବଲପୁର: ମାଟିତଳୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ | ଘଟଣାରୁ ପ୍ରକାଶ ଯେ ସମ୍ବଲପୁର ସାକ୍ଷୀପଡ଼ାରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ବାଗଡିହି ଆମ୍ବବୁରାଇର ମାଟିତଳୁ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଆରତୀ । ଆରତୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ପୋତି ଦେଇଥିବା ଜଣାପଡ଼ିଛି । ଧନୁପାଲି ପୋଲିସ ତାଙ୍କ ସ୍ୱାମୀଙ୍କ ଗିରଫ କରିଛି । କୁନାଲ ସିଂହକୁ ଆରତୀ ଦେବୀ ବର୍ଷକ ତଳେ ବିବାହ କରିଥିଲେ । ଗତ ଡିସେମ୍ବର ୩୧ତାରିଖରୁ ଆରତୀ ନିଖୋଜ ଥିଲେ । ଧନୁପାଲି ପୋଲିସ ତଦନ୍ତ କରିବା ପରେ ଆଜି ବାଗଡିହି ଆମ୍ବବୁରାଇର ମାଟିତଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଅରତୀଙ୍କ ସ୍ୱାମୀ କୁନାଲ ସିଂହକୁ ପୋଲିସ ବିହାରରୁ ଗିରଫ କରିଛି । କୁନାଲ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଥିବା ଆମ୍ଭବୁରେଇଠାରେ ହତ୍ୟା କରି ପୋତି ଦେଇଥିବା ସ୍ୱୀକାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking