28.1 C
Bhubaneswar
Friday, April 26, 2024
Homeଓଡିଶାକିକ୍ ବକ୍ସିଂ କିର୍ତିରାଣୀଙ୍କୁ ୩ ସ୍ୱର୍ଣ୍ଣ

କିକ୍ ବକ୍ସିଂ କିର୍ତିରାଣୀଙ୍କୁ ୩ ସ୍ୱର୍ଣ୍ଣ

ଢେଙ୍କାନାଳ : ଗୋଆଠାରେ ଅନୁଷ୍ଠିତ ହୋଇଥିବା ୱାକ୍ ଇଣ୍ଡିଆ ବରିଷ୍ଠ କିକ୍ ବକ୍ସିଂ ଚାମ୍ପିଆନସିପ୍‌ରେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୪ ବାଳକ ଆମେଚର କିକ୍ ବକ୍ସିଂ ସଂଘ ଓଡିଶା ଦଳରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କିମ୍ ବକ୍ସିଂରେ ୭ଟି ପଦକ ସହ ଗୈାରବ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ କୀର୍ତିରାଣୀ ସାହୁ ୬୫ କିଗ୍ରା (କିକ୍ ଲାଇଟ୍‌, ପଏଂଟ ପାଇଟ୍‌, ମ୍ୟୁଜିକାଲ ଇଭେଂଟ, ହାର୍ଡ ଷ୍ଟାଇଲ୍ ୱପନ୍ ବିଭାଗ ) ରେ ୩ ଟି ସ୍ୱର୍ଣ୍ଣ ପଦକ, ବବି ପ୍ରତିହାରୀ ୪୫ କିଗ୍ରା ଇଂଟାକ୍‌ରେ, ଓ ଲକି ବିଶ୍ୱାଳ ୫୫ କିଗ୍ରା ବାଳିକା ପଏଂଟ ପାଇଟ୍‌ରେ, ଦୁଲ୍ଲାରାମ ହାଂସଦା ୪୫ କିଗ୍ରା ଲାଇଟ୍ ଇଂଟାକ୍‌ରେ ଗୋଟିଏ ଲେଖାଏଁ ରୈାପ୍ୟ ପଦକ ହାସଲ କରିଥିଲେ ।

ମାନସ ରଞ୍ଜନ ଅମାତ ମ୍ୟୁଜିକାଲ୍ କ୍ରିଏଟିଭ୍ ଟିମ୍ ଖେଳରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାକୁ ଗୈାରବନିତ କରିଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ସହ ପୋଷାକ ପ୍ରଦାନ କରି ସମ୍ପର୍ଦ୍ଧିତ କରିଥିଲେ । ତେବେ ଆଗାମୀ ଦିନରେ ଆସୋସିଏସନକୁ ସବୁପ୍ରକାର ସହଯୋଗ କରିବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଖେଳ ଶିକ୍ଷକ ସନ୍ତୋଷ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟ ଆମେଚର କିକ୍ ବକ୍ସିଂ ଦଳର କର୍ମକର୍ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking