30.1 C
Bhubaneswar
Friday, April 26, 2024
Homeଓଡିଶାଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆସନ୍ତାକାଲି ଠାରୁ ମଇଦାନକୁ ଓହ୍ଲାଇବେ ହେଭି ୱେଟ୍ ଗଣନାଟ୍ୟ

ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆସନ୍ତାକାଲି ଠାରୁ ମଇଦାନକୁ ଓହ୍ଲାଇବେ ହେଭି ୱେଟ୍ ଗଣନାଟ୍ୟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି କୁମ୍ଭମେଳା । ଏହି ମେଳାରେ ଦେକାନ ବଜାର ପଡିବା ସହ , ଘରକରଣା ଜିନିଷ ଠାରୁ ଆରମ୍ଭ କରି ଖାଇବା ଜିନିଷର ମଧ୍ୟ ପସରା ମେଲିଥାଏ । ତେବେ ଏଠାକୁ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥ ମାନେ ଆସିଥାଆନ୍ତି । ଏବେ ସାଧୁସନ୍ଥଙ୍କ ଭିଡ଼ ବଢ଼ିଛି । ସାଧୁଙ୍କ ଆଶୀର୍ବାଦ ନେବାକୁ ବିପୁଳ ଜନ ସମାଗମ ମଧ୍ୟ ହେଉଛି । ତେବେ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ଆରମ୍ଭ ହେବେ ଯାତ୍ରା ମହାକୁମ୍ଭ ।

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପାଦ ରଖିବେ ଦୁଇ ହେଭି ୱେଟ୍ କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ । ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ କୋଣାର୍କ ଗଣନାଟ୍ୟ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ନେଇ ମଇଦାନକୁ ଓହ୍ଲାଇବ । ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍ ପଡ଼ିଆରେ ‘କଳିଙ୍ଗ ଗଣନାଟ୍ୟ’ ତା’ର ନାଟକ ‘ଶ୍ରାବଣ ମାସର ଶେଷ ରାତି’ ନେଇ ପ୍ରବେଶ କରିବ । ତେବେ ଆସନ୍ତା ୬ ତାରିଖରୁ ଆଉ ୨ଟି ପାର୍ଟି ମଇଦାନକୁ ଓହ୍ଲାଇବେ । ମହତାବ ପେଣ୍ଡାଲ୍କୁ ‘ଯାତ୍ରା ମାୟାନଗରୀ’ ଆସୁଥିବା ବେଳେ ଜାଗମରା କେସିଏ ପଡ଼ିଆକୁ ‘ସ୍ବପ୍ନ ମହଲ’ ଆସିବ । ଆସନ୍ତା ୧୦ରୁ ଆଉ ୨ ପାର୍ଟି ଯାତ୍ରା ମହୋତ୍ସବରେ ସାମିଲ ହେବେ । ଜାଗମରା ମେଳଣ ପଡ଼ିଆକୁ ‘ରାଜଧାନୀ ଅପେରା’ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ନେଇ ଆସୁଥିବା ବେଳେ କେସିଏ ପଡ଼ିଆ (୨)କୁ ‘ମାୟାବିନୀ ମୌସୁମୀ’ ନାଟକ ନେଇ ଆସିବ ଅପେରା ‘ସୂର‌୍ୟ୍ୟମନ୍ଦିର’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking