40.1 C
Bhubaneswar
Thursday, April 25, 2024
Homeଓଡିଶାନିଖୋଜ ଯୁବକର ପତ୍ତା ମିଳୁନି : ପୁଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତା ଅବରୋଧ, ୨୩ ଗିରଫ

ନିଖୋଜ ଯୁବକର ପତ୍ତା ମିଳୁନି : ପୁଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତା ଅବରୋଧ, ୨୩ ଗିରଫ

 
ରାଇକିଆ : ଗତ ୧୮ ଦିନ ହେଲା ନିଖୋଜ ହୋଇଥିବା ଯୁବକର ପତ୍ତା ମିଳି ପାରୁନଥିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସୋମବାର ରାଇକିଆ-ବାଲିଗୁଡ଼ା ରାସ୍ତା ଅବରୋଧ କରିଥିଲେ । ଏହି ଅଭିଯୋଗରେ ପୁଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ରାଇକିଆ ଅଲିମାହା ସାହିର ସୁଭେନ୍ଦୁ ମଲିକ ଗତ ଜାନୁୟାରୀ ମାସରୁ ନିଖୋଜ ହୋଇଯାଇଛନ୍ତି ।  ୧୮ ଦିନ ବିତି ଯାଇଥିଲେ ମଧ୍ୟ ନିଖୋଜ ଯୁବକର ପତ୍ତା ମିଳି ପାରୁନାହିଁ । ଏ ନେଇ ପରିବାର ପକ୍ଷରୁ ଜାନୁୟାରୀ ୨୫ ତାରିଖରେ ରାଇକିଆ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ନିଖୋଜ ଯୁବକକୁ ଖୋଜି ବାହାର କରିବାରେ ଅବହେଳା କରୁଥିବା ଦର୍ଶାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ରାଇକିଆ-ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇରହିଥିଲା । ଜି.ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଥାନା ଅଧିକାରୀ ରେବତୀ ଶବର, ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡ଼ୋ, ରାଇକିଆ ଥାନା ଅଧିକାରୀ ସମିର ରାଉତ ଲୋକଙ୍କ ବୁଝାସୁୂଝା କରିବା ପରେ ଥାନା ପରିସର ଭିତରେ ଆଲୋଚନା କରାଯିବା ପାଇଁ କହିବା ପରେ ରାସ୍ତାରୋକ ହଟିଥିଲା । ଅନ୍ୟପକ୍ଷରେ ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ରାଇକିଆ ପୋଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking