32.1 C
Bhubaneswar
Sunday, May 19, 2024
Homeଓଡିଶାକେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କ ସଚେତନତା ଶିବିର

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କ ସଚେତନତା ଶିବିର

କେନ୍ଦ୍ରାପଡ଼ା: ଓଡ଼ିଶା ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କୁ କିପରି ସହଯୋଗ ମିଳୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେଟ,ରାସନ,ଲୋନ ଯୋଗାଇବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିବା ସହ କୋଭିଡ ମହାମାରୀ ସମୟରେ ଆୟୁକ୍ତଙ୍କ ନିକଟରେ ଭିନ୍ନକ୍ଷମମାନେ ବିଭିନ୍ନ ବିଷୟରେ କରିଥିବା ଅଭିଯୋଗ ଉପରେ ଆଲୋକପାତ କରାଯାଇଥିଲା।ତେବେ ଭିନ୍ନକ୍ଷମ ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ କୌଣସି ବ୍ୟାଙ୍କ ଋଣ ଦେଉନଥିବା ଅଭିଯୋଗ ସମ୍ପର୍କରେ,ପୁର୍ବରୁ ଭିନ୍ନକ୍ଷମମାନେ ଋଣ ନେଇ ପରିଶୋଧ କରିନଥିବାରୁ ବର୍ତ୍ତମାନ କୌଣସି ବ୍ୟାଙ୍କ ଅନ୍ୟ ଭିନ୍ନକ୍ଷମ ମାନଙ୍କୁ ଋଣ ଦେଉନଥିବା ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମତୀ ଦାସ।ଭିନ୍ନକ୍ଷମମାନେ ସ୍ୱାବଲମ୍ବୀ ହେବାପରେ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବାକୁ ଅନୁରୋଧ କରିଛନ୍ତି ଆୟୁକ୍ତ। ଏଥିସହ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନରେ ସ୍ୱାସ୍ଥ୍ୟ ବିଭାଗ ବିଳମ୍ବ କରୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁଲୋଚନା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking