34.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରେଷ୍ଠ ଭାରତ ପାଇଁ ଭିଜନ୍‌, ମିଶନ୍‌, ଏବଂ ଆକ୍ସନ୍‌ର ଆବଶ୍ୟକତା ରହିଛି: ରାଜ୍ୟପାଳ

ଶ୍ରେଷ୍ଠ ଭାରତ ପାଇଁ ଭିଜନ୍‌, ମିଶନ୍‌, ଏବଂ ଆକ୍ସନ୍‌ର ଆବଶ୍ୟକତା ରହିଛି: ରାଜ୍ୟପାଳ

ଭୁବନେଶ୍ୱର: ପାଞ୍ଚ ତାରିଖରୁ ଚାଲୁ ରହିଥିବା ଏମଏସଏମଇ ବାଣିଜ୍ୟ ମେଳା-୨୦୨୧ର ଉଦ୍‌ଯାପନୀ ହୋଇଯାଇଛି । ଶେଷ
ଦିନରେ କ୍ଲଷ୍ଟର ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ କିପରି ଉନ୍ନତି ଅଣାଯାଇପାରିବ ସେନେଇ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ଅଧିକାରୀ, ରାଜ୍ୟ ଶିଳ୍ପଦ୍ୟୋଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜି. କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିବା ପରେ
କ୍ଲଷ୍ଟର୍ ମାଧ୍ୟମରେ ଶିଳ୍ପରେ ବିଶେଷ ସଫଳତା ପାଇଥିବା ଶିଳ୍ପଦ୍ୟୋଗୀ ତଥା ବରଗଡ଼ ଚାଉଳ ମିଲ୍ କ୍କ୍‌ଷ୍ଟର୍‌ରୁ ରୋହିତ ସିଂହଳ, ପିପିଲିରୁ କତା ଉଦ୍ୟୋଗୀ ଶ୍ରୀଯୁକ୍ତ କାଶିନାଥ ଜେନା କ୍ଲଷ୍ଟର୍ ମାଧ୍ୟମରେ କିପରି ସେମାନଙ୍କ ଉଦ୍ୟୋଗକୁ ବୃଦ୍ଧି କରିପାରିଛନ୍ତି ସେ ବିଷୟରେ ନିଜର
ସଫଳ କାହାଣୀ ବାଣ୍ଟିଛନ୍ତି ।
ସନ୍ଧ୍ୟାରେ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ବାରଇଜ୍ୟ ମେଳାର ଉଦ୍‌ଯାପନୀ ଉତ୍ସବରେ ଓଡ଼ଶି ।ର ମହାମହିମ
ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଯୋଗଦେଇ କହିଛନ୍ତି ଯେ, “ଏମଏସଏମଇ କ୍ଷେତ୍ରରେ ବିକାଶ ପାଇଁ ଏଭଳି ମେଳା ଏକ
ଉଲ୍ଲେଖନୀୟ ପ୍ରୟାସ । ଭାରତୀୟ ଅର୍ଥନୈତିକ କ୍ଷେତ୍ରରେ ମୂଳ ଆଧାର ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ସଫଳ ଉଦ୍ୟୋଗ ପାଇଁ ପାରମ୍ପରୀକ ଜ୍ଞାନ ସଂରକ୍ଷଣ, ଆଧୁନିକୀକରଣ, ବଜାର ସଂଯୋଗ, ଆଥି ର୍କ ଓ ବୈଷୟିକ ପ୍ରୋତ୍ସାହନ ଏବଂ ସର୍ବୋପରି ବ୍ରାଣ୍ଡିଂର ବିଶେଷତା
ରହିଛି । ଏହି ବିଭାଗ ମହାମାରୀ ସମୟରେ ସବୁଠୁ ଅଧିକ କ୍ଷତି ସହିଛି କିନ୍ତୁ ଖୁସିର ବିଷୟ ଏହି ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବର୍ଷର ବଜେଟ୍‌ରେ ଦୁଇଗୁଣ ବୃଦ୍ଧି କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲୋକାଲ୍ ଫର୍ ଭୋକାଲ୍ ଆହ୍ୱାନ ଏହି ଅଣୁ, କ୍ଷୁଦ୍ର ଓ
ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ନିଶ୍ଚିତ ସଫଳ ହୋଇପାରିବ । ଏହି କ୍ଷେତ୍ରରେ ବ୍ୟାପକ କର୍ମସଂସ୍ଥାନ ଓ ନିଯୁକ୍ତିର ପ୍ରଚୁର ସୁଯୋଗ ରହିଛି ଯାହା ଭାରତର ଅର୍ଥନିତୀକୁ ନୁତନ ଦିଗ ଆଡ଼କୁ ନେଇପାରିବ ଏବଂ ଶ୍ରେଷ୍ଠ ଭାରତ ପାଇଁ ଭିଜନ୍‌, ମିଶନ୍‌, ଏବଂ ଆକ୍ସନ୍‌ର ଆବଶ୍ୟକତା
ରହିଛି ।” କାର୍ଯ୍ୟଶାଳାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଶିଳ୍ପଦ୍ୟୋଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜି., ବରଗଡ଼ ଚାଉଳ ଉଦ୍ୟୋଗୀ ରୋହିତ ସିଂହଳ, ପୁରୀ ପିପିଲି କତା ଉଦ୍ୟୋଗୀ ଶ୍ରୀଯୁକ୍ତ କାଶିନାଥ ଜେନା, କୋରୋସନ୍ ପ୍ରୋଟେକ୍ସନ୍ ପ୍ରା. ଲିଃ.ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ଞାନ
ରଞ୍ଜନ ମହାନ୍ତି, ମେକମ୍ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯେ. କେ ରଥ,ବି. ୱାନ୍ ବିଜ୍‌ନେସ୍ ହାଉସ୍ ବାଣିଜ୍ୟିକ ନିର୍ଦ୍ଦେଶକ
ଶ୍ରୀଯୁକ୍ତ ରଞ୍ଜନ ପାଢ଼ୀ, ଏମଏସଏମଇ, କଟକ ଉଦ୍ୟୋଗ ନିର୍ଦ୍ଦେଶକ ସହ ନିର୍ଦ୍ଦେଶକ ପି. କେ ଗୁପ୍ତା, ରାଜ୍ୟ ଉଦ୍ୟୋଗ ସହ ନିର୍ଦ୍ଦେଶକ
ଏସ୍‌. କେ ହୋତା, ଉତ୍କଳ ଚାମ୍ବର ଅଫ୍ କମର୍ସ ଉପ ସଭାପତି ଶ୍ରୀଯୁକ୍ତ ବିନୋଦ ଦାସ ପ୍ରମୁଖ ଉପସ୍ଥିତ ରହି କ୍ଲଷ୍ଟରର ଭୂମିକା ଓ ବର୍ତ୍ତମାନ
ସମୟରେ ତାର ଆବଶ୍ୟକତା ଉପରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋକପାତ କରିଥିଲେ ।
ମେଳାରେ ଯୁବଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି, ସାମାଜିକ କ୍ଷେତ୍ରରୁ ଆସିଥିବା ସମସ୍ତଙ୍କ ମଧ୍ୟରେ ସବୁଠୁ ଭିନ୍ନ ଓ ନୂତନ
ଭାବେ ଆରମ୍ଭ କରିଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପ୍ରଫେସର୍ ଗଣେଶୀ ଲାଲ୍ ପୁରଷ୍କୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ବିଶେଷ
କରି ଅଣୁ ଶିଳ୍ପ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ, ମିଶନ୍ ଶକ୍ତି, ମହିଳା ବର୍ଗ, ଏକ୍ସପର୍ଟ, ଉଦ୍ୟୋଗ ଓ ଜ୍ଞାନ କୈାଶଳ, ଅନୁସୂଚିତ ଜାତି ଏବଂ
ଜନଜାତି ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସ୍ୱତନ୍ତ୍ର ବିଭାଗରେ ନବରଙ୍ଗପୁରରୁ ଏସଚିଜି ସଦସ୍ୟା ନୀଳମଣି କାଠୀଙ୍କୁ ସମ୍ମାନୀତ କରାଯାଇଛି ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଯୋଗଦେଇଥିବାବେଳେ
ସମ୍ମାନନୀୟ ଅତିଥି ଭାବରେ ବିଧାନସଭା ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ, ବିକାଶ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା,ଏମଏସଏମଇ
ବିଭାଗ ମୁଖ୍ୟ ଶାସନ ସଚିବ ଡକ୍ଟର ସତ୍ୟବ୍ରତ ସାହୁ, ରାଜ୍ୟ ଶିଳ୍ପଦ୍ୟୋଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜି. ପ୍ରମୁଖ ଉକ୍ତ ସଂନ୍ଧ୍ୟାରେ ଯୋଗ
ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking