39.8 C
Bhubaneswar
Thursday, April 18, 2024
Homeଆନ୍ତର୍ଜାତୀୟ ମାତୃଭାଷା ଦିବସ‘ରେସପେକ୍ଟ ଫର୍ ମଦର ଟଙ୍ଗ୍‌’ ପଞ୍ଜାବୀ ଭାଷାକୁ ପ୍ରଚାର ପ୍ରସାର କରୁଛନ୍ତି କର୍ଣ୍ଣାଟକର ପ୍ରଫେସର

‘ରେସପେକ୍ଟ ଫର୍ ମଦର ଟଙ୍ଗ୍‌’ ପଞ୍ଜାବୀ ଭାଷାକୁ ପ୍ରଚାର ପ୍ରସାର କରୁଛନ୍ତି କର୍ଣ୍ଣାଟକର ପ୍ରଫେସର

କର୍ଣ୍ଣାଟକ: ପଞ୍ଜାବୀ ଭାଷାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି କର୍ଣ୍ଣାଟକର ଜଣେ ପ୍ରଫେସର । ତେବେ ତାଙ୍କୁ ଅନେକ ସମୟରେ ପଞ୍ଜାବ ଭାଷାର ବ୍ୟବହାର କରିବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥାଏ । ବିଭିନ୍ନ ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ପଞ୍ଜାବୀ ଭାଷାରେ ହିଁ ସାଇନ ବୋର୍ଡ ମାରିବା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ । ନିଜ ମାତୃଭାଷାକୁ ସମ୍ମାନ ଦେବା ପାଇଁ ସେ ରେସପେକ୍ଟ ଫର ମଦର ଟଙ୍ଗ ନାମରେ ଏକ ଅଭିଯାନ ଚଳାଇଛନ୍ତି ।

ସୂଚନା ଅନୁସାରେ, କର୍ଣ୍ଣାଟକ ବିଜାପୁରର ପଣ୍ଡିତ ରାଓ ଧରେନ୍ନଭର । ଚଣ୍ଡୀଗଡର ଏକ ସରକାରୀ ପିଜି କଲେଜରେ ଅତିରିକ୍ତ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ବନ୍ଧୁକ, ଡ୍ରଗ୍‌ସ, ମଦ ଭଳି ନିଶାଦ୍ରବ୍ୟ ହିତ ପଞ୍ଜାବୀ ଗୀତରେ ହେଉଥିବା ଅପଭ୍ରଷ୍ଟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ପରମ୍ପରା ଏବଂ ସଂସ୍କୃତିକୁ ଜାବୁଡି ରଖିଥିବା ପଞ୍ଜାବୀ ଭାଷାକୁ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆନ୍ତର୍ଜାତୀୟ ମାତୃଭାଷା ଦିବସ(ଫେବୃଆରୀ ୨୧) ପୂର୍ବରୁ ସରକାରୀ ଏବଂ ବେସରକାରୀ ଘର ଗୁଡିକର ସାଇନ ବୋର୍ଡକୁ ପରିବର୍ତ୍ତନ କରି ପଞ୍ଜାବୀ ଭାଷାରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଆହ୍ୱାନ ଦେଇଥିଲେ ଏବଂ ଲୋକମାନଙ୍କୁ ନିଜ ମାତୃଭାଷାରେ ସାଇନ ବୋର୍ଡ ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ଏହି ବାର୍ତ୍ତାକୁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବା ପାଇଁ ପଞ୍ଜାବୀ ଅକ୍ଷର ଲେଖାଥିବାଏକ ପ୍ଲାକାର୍ଡ ଧରି ବାହାରି ପଡିଛନ୍ତି ଧରେନ୍ନଭର । ଏଥିସହିତ ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ମାତୃଭାଷାରେ ସାଇନବୋର୍ଡରେ ଲେଖିବା ପାଇଁ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking