36.7 C
Bhubaneswar
Tuesday, April 16, 2024
Homeକରୋନାକର୍ଣ୍ଣାଟକରେ ଅକ୍ସିଜେନ ଅଭାବରୁ ୨୪ କରୋନା ରୋଗୀ ମୃତ

କର୍ଣ୍ଣାଟକରେ ଅକ୍ସିଜେନ ଅଭାବରୁ ୨୪ କରୋନା ରୋଗୀ ମୃତ

କର୍ଣ୍ଣାଟକ: କର୍ଣ୍ଣାଟକ ଚାମରାଜନଗରରେ ଏକ ବଡ ଦାୟିତ୍ୱହାନୀ ଭଳି କାର୍ଯ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ଅକ୍ସିଜେନ ଅଭାବରୁ ୨୪ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ଚାମରାଜନଗର ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ପୂର୍ବରୁ କୁହାଯାଇଥିଲା । ତେବେ ସେଠାକୁ ଅକ୍ସିଜେନ ସପ୍ଲାଇ ମୈସୁରରୁ ହୋଇଥାଏ । ହେଲେ ଠିକ ସମୟରେ ଅକ୍ସିଜେନ ନ ପହଂଚିବାରୁ ଏହି ୨୪ ଜଣଙ୍କୁ ନିଜ ପ୍ରାଣ ହରାଇବାକୁ ପଡିଛି । ଜିଲ୍ଲା ପ୍ରଶାସନ କହିଛି ଯେ, ମୈସୁରରୁ ଅକ୍ସିଜେନ ପହଂଚିନାହିଁ । ବର୍ତମାନ ସମୟରେ ମୈସୁରରେ ଅକ୍ସିଜେନର ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ଜିଲ୍ଲାକୁ ଅକ୍ସିଜେନ ଯୋଗାଣରେ ବିଳମ୍ବ କିମ୍ବା ଆଦୌ ହୋଇପାରୁନାହିଁ । ହେଲେ ଜିଲ୍ଲା ପ୍ରଶାସନ କହିଛି ଅନ୍ୟ ରୋଗ ପାଇଁ ଏମାନଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଏବେ ୬୦ ସିଲିଣ୍ଡର ହସ୍ପିଟାଲରେ ପହଂଚି ସାରିଛି । ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କାଲି ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି । କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ୟେଦିୟୁରପ୍ପାଙ୍କୁ ଟାର୍ଗେଟ କରି କହିଛି କୋଭିଡ ନେଇ ସରକାରଙ୍କ ପାଖରେ କିଛି ପ୍ଲାନିଂ ନାହିଁ । କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୩୭ ହଜାର ୭୩୩ ନୂଆ ମାମଲା ସାମ୍ନାକୁ ଆସିଛି । ୨୧୭ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୧ ହଜାରରୁ ଅଧିକ ରହିଛି । ସେହିଭଳି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking