28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଡାକ୍ତରଙ୍କ ଔଷଧ ପରି ନିଅନ୍ତୁ: ସୁପ୍ରିମକୋର୍ଟ

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଡାକ୍ତରଙ୍କ ଔଷଧ ପରି ନିଅନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଠିକ ଭାବନାରେ ନିଅନ୍ତୁ ଏବଂ ମେଡିସିନ ପରି ଭାବନ୍ତୁ । ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କ ଆବେଦନ ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟ ଆୟୋଗଙ୍କୁ ସେହି ଆବେଦନର ଶୁଣାଣୀରେ କହିଥିଲେ , ଯେଉଁଥିରେ ମାଡ୍ରାସ ହାଇକୋର୍ଟ ଶୁଣାଣୀ କରି ନିର୍ବାଚନ ଆୟୋଗଙ୍କୁ କହିଥିଲେ କରୋନାର ଦ୍ୱିତୀୟ ଲହରରେ ହେଉଥିବା ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗଙ୍କ ଉପରେ ହୁଏତ ହତ୍ୟା ମାମଲା ଲାଗିବା ଦରକାର ।
ଏହାର ଶୁଣାଣୀ କରି ବିଚାରପତି ଚନ୍ଦ୍ରଚୂଡ କହିଥିଲେ, ଆମେ ବୁଝିପାରୁଛୁ ଯେ, ହତ୍ୟା ଆରୋପ ଲଗାଇବା ଦ୍ୱାରା ଆପଣ ଚିନ୍ତାରେ ଅଛନ୍ତି । ମୁଁ ଯଦି ନିଜ କଥା କହିବି ତେବେ ମୁଁ ଏମିତି ଟିପ୍ପଣୀ କରନ୍ତିନି । ହେଲେ ହାଇକୋର୍ଟ ଲୋକଙ୍କ ଅଧିକାର ସୁରକ୍ଷିତ ରଖିବାରେ ଏକ ବଡ ଭୂମିକା । ଜଷ୍ଟିସ ଶାହ କହିଥିଲେ, ଆପଣ ହାଇକୋର୍ଟଙ୍କ ଟିପ୍ପଣୀକୁ ସେହିଭଳି ନିଅନ୍ତୁ ଯେମିତି ଡାକ୍ତରଙ୍କ ପିତା ମେଡିସିନ ନିଆଯାଏ ।
କହିରଖୁଛୁ ଯେ, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ବିପକ୍ଷରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ପହଂଚିଥିଲେ । ଏହାପୂର୍ବରୁ ହାଇକୋର୍ଟ କହିଥିଲେ, ଏହି ସମୟରେ ନିର୍ବାଚନ ପାଇଁ ଆୟୋଗଙ୍କ ଉପରେ ହତ୍ୟା କେସ ଲାଗିବା ଦରକାର । ଆୟୋଗ କହିଥିଲେ, ନିର୍ବାଚନ ଆୟୋଜନ ଆମର ସମ୍ବିଧାନିକ କାମ । ଏକ ସମ୍ବିଧାନିକ ସଂସ୍ଥା ଉପରେ ଟିପ୍ପଣୀ ଦେବା ଅନୁଚିତ । ନିର୍ବାଚନ ଆୟୋଗଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କହିଥିଲେ, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ସଠିକ ଉଦ୍ଦେଶ୍ୟରେ ନିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking