29.1 C
Bhubaneswar
Wednesday, April 24, 2024
Homeଓଡିଶାଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ୧୯୮୭ ବ୍ୟାଚର ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଛନ୍ତି । ଅଭୟକାନ୍ତ ନିଜ କ୍ଷମତାର ଦୂରୁପଯୋଗ କରିଥିଲେ । ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ । ଗିରଫ ପରେ ଅଭୟକାନ୍ତଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର । ଆଇଏଫଏସ ଅଫିସର ଅଭୟକାନ୍ତ ଆୟ ଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଦର୍ଶାଇଛି ।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସଂପତ୍ତି ଯାଞ୍ଚ କରିଥିଲା। ୨୦୨୦ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଅଭୟକାନ୍ତ, ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତ୍ତି ଜବତ ହୋଇଥିଲା, ତାରା ତାଲିକା ବେଶ ଲମ୍ବା ଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking