40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଉତ୍ତର-ପୂର୍ବ ଦିଲ୍ଲୀରୁ ଲଢିବେ କହ୍ନେୟା କୁମାର

ଉତ୍ତର-ପୂର୍ବ ଦିଲ୍ଲୀରୁ ଲଢିବେ କହ୍ନେୟା କୁମାର

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୦ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳର ଯୁବନେତା କହ୍ନେୟା କୁମାର ଉତ୍ତର-ପୂର୍ବ ଦିଲ୍ଲୀ ଆସନରେ ଲଢିବାକୁ ଯାଉଛନ୍ତି । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ତ୍ରୀଙ୍କୁ ଏଥର ସାଧାରଣ ନିର୍ବାଚନ ଲଢାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ଚନ୍ତ୍ରୀ ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । କହ୍ନେୟା କୁମାର ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ସହ ପ୍ରତିଦ୍ବନ୍ଦ୍ବତା କରିବେ । ତାଲିକାରେ ଦଳ ପଞ୍ଜାବରୁ ସର୍ବାଧିକ ୬ ପ୍ରାର୍ଥୀ, ଦିଲ୍ଲୀରୁ ୩ ଓ ଉତ୍ତର ପ୍ରଦେଶର ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦିଲ୍ଲୀର ଚାନ୍ଦିନଚୌକରୁ ଜେ.ପି ଅଗ୍ରଓ୍ବାଲ, ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ କହ୍ନେୟା କୁମାର, ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ ନିର୍ବାଚନରେ ଲଢିବେ । ସେହିପରି ପଞ୍ଜାବ ଜଳନ୍ଧର ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ଦୀଙ୍କୁ ଟିକେଟ ମିଳିଥିବା ବେଳେ ଅମୃତସରରୁ ଗୁରୁଜିତ ସିଂ ଆହୁଜା, ଫତେହଗଡ-ସାହିବ ଆସନରୁ ଅମର ସିଂ, ଭଟିଣ୍ଡାରୁ ଜିତ ମୋହିନ୍ଦର ସିଂ ସିନ୍ଧୁ, ସଙ୍ଗରୁରରୁ ସୁଖାପାଲ ସିଂ ଖଇରା, ପଟିଆଲାରୁ ଡଃ.ଧରମବୀର ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ଉତ୍ତର ପ୍ରଦେଶର ଗୋଟିଏ ଆସନ ଆହ୍ଲାବାଦରେ ଉତ୍କଳ ରେଓ୍ବାତି ରମଣ ସିଂ ପ୍ରାର୍ଥୀ ହୋଇଛନ୍ତି । ଆଜିର ୧୦ ଲୋକସଭା ଆସନ ସହ ଦଳ ଓଡିଶା ବିଧାନସଭା ନିର୍ବାଚନ ପାଇଁ ୭୫ ବିଧାୟକ ପ୍ରାର୍ଥୀ ମଧ୍ଯ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking