29.1 C
Bhubaneswar
Wednesday, July 9, 2025
Homeଓଡିଶାବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁରୀ । ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟ।ୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗ ଦେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିବା ସହ ତଦାରଖ କରିଛନ୍ତି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟ ର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । କଳିଙ୍ଗ ଷ୍ଟୁଡିଓର କାର୍ଯ୍ୟ୧୩ରୁ ୧୫ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ କଳିଙ୍ଗ ଷ୍ଟୁଡିଓ ଖୁବ୍ କମ୍ ଦିନ ମଧ୍ୟରେ ବିଶ୍ଵସ୍ତରୀୟ ହେବ ବୋଲି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking