34.1 C
Bhubaneswar
Friday, March 29, 2024
Homeଓଡିଶାବାସନ୍ଦ ଜିବନ କାଟୁଛି ଅସହାୟ କୁଷ୍ଠ ରୋଗୀ

ବାସନ୍ଦ ଜିବନ କାଟୁଛି ଅସହାୟ କୁଷ୍ଠ ରୋଗୀ

କଳାହାଣ୍ଡି : ସମାଜରେ ଆଜିବି ଅନ୍ଧବିଶ୍ୱାସ, କୁସଂସ୍କାର ଭଳି ଅସାମାଜିକ କଳ୍ପନା ଭରିରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଅଭାବରେ ମଣିଷ ଆଜି ଘାଣ୍ଟି ହେଉଛି। ମଣିଷ ସମାଜରେ ରହିବାକୁ ଭଲପାଏ, ସମାଜ ବ୍ୟକ୍ତିର ଦୁଃଖସୁଖରେ ଠିଆ ହୋଇଥାଏ। କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇଦିଏ ତାହାହେଲେ ଅସହାୟ ହୋଇ ଜିବନ ଜିଇଁବାକୁ ବାଧ୍ୟ ହୋଇଥାଏ। ହେଲେ ଦୁର୍ଭାଗ୍ୟ ସବୁ ବୁଝିସାରିଥିବା ସମାଜ କାହିଁକି ବେଳେବେଳେ ପରକରେ ଓ ଅସହାୟ କରି ଛାଡିଦିଏ ଯାହା ଏକ ବିଡମ୍ବନାର ବିଷୟ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ।ଏପରି ଏକ ଦାରୁଣ ଚିତ୍ରଟି ହେଉଛି ଏକ ଅସହାୟ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତିର।ନାମ ହେଉଛି କଦମା ମାଝୀ।ଦୀର୍ଘ ଦିନ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ଜିବନ କାଟୁଥିବା କଦମାକୁ ଆଜି ସମାଜ ଅଲଗା କରିଦେଇଛି।ଏହି ବ୍ୟାଧି ପାଇଁ ସେ ଅବିବାହିତ ଥିବାବେଳେ ନିଜ ଜନ୍ମିତ ପରିବାର ତଥା ବନ୍ଧୁ ପରିଜନ ମଧ୍ୟ କଦମାକୁ ଅଲଗା କରିଛି।ଫଳରେ ଗାଁଠୁ ଦୂର ରାସ୍ତାକଡ ଏକ ଜଙ୍ଗଲରେ ଆଦିମ ମଣିଷ ରହିଥିବା ଭଳି ଏକ ପଥର କୁଡିଆରେ ରହିବାକୁ ବାଧ୍ୟ ହେଉଛି।ପିଇବା ପାଣି ହେଉ ଅବା ଗାଧୋଇବା ପାଇଁ ଗଲେ ଲୋକେ ଘୃଣାକରି ବାରଣ କରୁଥିବା କହିଛନ୍ତି କଦମା ମାଝୀ । ଯେ କେହି ହେଉନା କାହିଁକି ନ ଦେଖିଲେ ବିଶ୍ବାସ କରିହୁଏନି।ଏହି ବ୍ୟାଧି ଶରୀରକୁ ଯେଉଁ କଷ୍ଟ ଦେଇଛି ତାଠାରୁ ଭୟଙ୍କର ହୋଇପଡିଛି ବାସନ୍ଦ ଜୀବନ।ସାହା ହେବାକୁ କେହି ନଥିବାବେଳେ ଅସହାୟ ଓ ଦୟନୀୟ ହୋଇପଡିଛି ବଞ୍ଚିବାର ପ୍ରତ୍ୟେକ ମୁହୂର୍ତ୍ତ।ସରକାରୀ ସହାୟତା କହିଲେ ମାସକୁ ମାତ୍ର ୫ କେଜି ଚାଉଳ ଓ ଭିନ୍ନକ୍ଷମ ଭତ୍ତା ବାବଦକୁ ୫୦୦ ଟଙ୍କା ମିଳିଥାଏ। ତାହା କ’ଣ ଏଭଳି ମଣିଷକୁ ବଞ୍ଚିବା ପାଇଁ ସାହାରା ହୋଇପାରେ? ସରକାର ତୁରନ୍ତ ଏଭଳି ଅସହାୟ ଲୋକଙ୍କ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking