ବିନା ଡାକ୍ତରରେ ଚାଲିଛି ସ୍ୱାସ୍ଥ୍ୟ ସେବା

ଧର୍ମଗଡ : ଆଜି ଧର୍ମଗଡ ବିଧାୟକ ମୌସୁଧି ବାଗଙ୍କ ଅଚାନକପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନକୁ ନେଇ ବିଭିନ୍ନ ମହଲରୁ ଚର୍ଚ୍ଚା ବିଷୟ ପାଲଟିଛି। ତେବେ ପରିଦର୍ଶନ ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ଏହି ସି ଏଚ ସି ରେ ୫ଜଣ ଡାକ୍ତର ଥିବା ବଦଳରେ କେବଳ ଜଣେ ଡେପୁଟି ଆଶୁ ଡାକ୍ତର ଓ ଜଣେ ସିନିୟର ଡାକ୍ତର ଥିବା ଜଣାପଡିଛି। ତେବେ ସିନିୟର ଡାକ୍ତର ଜଣକ ଡିଉଟି ଆଦ୍ୟ କରୁ ନ ଥିବା ବେଳେ ରୋଗୀମାନେ ନାଇନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଗର୍ଭବତୀଙ୍କ ପ୍ରସୟ ସମୟ ବେଳେ ସେବା ନ ପାଇଁ ହଇରାଣ ହରକତ ହେଉଥିବା ଲୋକେ ବିଧାୟକ ପାଖରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡାକ୍ତର ନିଯୁକ୍ତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ତେବେ ବିଧାୟକ ତଥା ଶୀଘ୍ର ଡାକ୍ତର ନିଯୁକ କରାଯିବା ପ୍ରତିଶ୍ରୁତି ଦେବା ସହ ଚିକିତ୍ସା ଅଧିକାରୀ ଙ୍କୁ ନିଜ ଡିଉଟି ଭଲ ଭାବର ନିଭାଇବା କୁ ଦାଗିଦ କରିଥିଲେ ।

LEAVE A REPLY

Please enter your comment!
Please enter your name here